ଶେରଗଡ଼ ଧାନ ଚାଷ ପାଇଁ ସାରର ଅଭାବ l କେମିତି ହେବ ଚଳିତ ବର୍ଷ ଖରିଫ ଧାନ ଚାଷ ଚିନ୍ତାରେ ଚାଷୀ l ଧାନ ପାଇଁ ସାରର ଅଭାବ ଥିବା ବେଳେ ମାତିଛନ୍ତି ସାର କଳାବଜାରୀ l ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକରେ ଚଳିତ ବର୍ଷ ୭୨୪୯ ହେକ୍ଟର ଚାଷ ଜମିରେ ଧାନ ଚାଷ କରିଛନ୍ତି ଚାଷୀ l
ସେଥି ମଧ୍ୟରୁ କେବଳ କୁଲାଗଡ ପଞ୍ଚାୟତ ଅନ୍ତର୍ଗତ କୁଲାଗଡ ସେବା ସମବାୟ ସମିତି ଲିଃ ରେଜିଷ୍ଟର ନମ୍ବର A389
ଅନ୍ତର୍ଗତ କୁଲାଗଡ, ସିନ୍ଦାଗୁଡ଼ା, ବାଦଗଡ ତିନୋଟି ଗାଁ ର ୧୨୦୦ ଜଣ ଚାଷୀ ୧୧୦୦ ହେକ୍ଟର ଜମିରେ ଧାନ ଚାଷ କରିଥିବା ବେଳେ ଧାନ ରୁଆ ବେଉସା ସରିଛି l।

ଏବେ ଧାନ ଗଛର ବୃଦ୍ଧି ପାଇଁ ଚାଷୀଙ୍କୁ ୟୁରିଆ ସାର ଜରୁରୀ ହୋଇଥିବା ସୋସାଇଟ୍ ବନ୍ଦ ରହିଛି l ଚାଷୀ ମାନଙ୍କୁ ସାର ମିଳି ପାରୁନଥିବା ବେଳେ ବଜାରରେ ମାତିଛନ୍ତି ସାର କଳା ବାଜରି l।

ବାଧ୍ୟ ହୋଇ ଚାଷୀ ସାର ପାଇଁ ୧୫ କିଲୋମିଟର ଦୂରକୁ ଯାଉଥିବା ବେଳେ ବସ୍ତାଏ ସାରକୁ ୬୦୦ ରୁ ୭୦୦ ଟଙ୍କା ଦେଇ କିଣିବାକୁ ପଡୁଛି l ଗୋଟିଏ ପଟେ ସାର ଅଭାବ ଅନ୍ୟ ପକ୍ଷରେ କଳା ବଜାରିଙ୍କ ଚଢ଼ାଧର ଚାଷୀଙ୍କୁ ହନ୍ତସନ୍ତ କରୁଛି l
ଗଞ୍ଜାମ ରୁ ଅଖିଳ କୁମାର ପଟ୍ଟନାୟକ
