You are currently viewing ଗୁରାପଲୀ ଟୋଲ୍ ଗେଟ୍ ରେ ମନଇଛା ଫି ଆଦାୟକୁ ବିରୋଧ
ଗୁରାପଲୀ ଟୋଲ୍ ଗେଟ୍ ରେ ମନଇଛା ଫି ଆଦାୟକୁ ବିରୋଧ

ଖଲ୍ଲିକୋଟ (୧୬/୧୧/୨୦୨୩)
ଗଞ୍ଜାମ ଜିଲ୍ଲା ଗୁରାପଲୀ ଟୋଲ୍ ଗେଟ୍ ରେ ମନଇଛା ଫି ଆଦାୟକୁ ବିରୋଧ କଲେ ଟ୍ରକ ଡ୍ରାଇଭର। ଓଭରଲୋଡିଂ ଦର୍ଶାଇ ୫ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ଜରିମାନା ଆଦାୟ ନେଇ ଅଭିଯୋଗ କଲେ ଜଣେ ଡ୍ରାଇଭର। ସୂଚନା ଅନୁସାରେ ଗୁରୁବାର ଅନୁଗୁଳରୁ କର୍ଣ୍ଣାଟକ ଅଭିମୁଖେ ଲୁହା ପ୍ଲେଟ୍ ବୋଝେଇ କରି ଯାଉଥିବା ଏକ ୧୮ ଚକିଆ ଟ୍ରକ ୧୬ ନମ୍ବର ଜାତୀୟ ରାଜପଥ ଗୁରାପଲୀ ଟୋଲ୍ ଗେଟ୍ ରେ ଫି ଦେବାପାଇଁ ଅଟକି ଥିଲା। ତେବେ ଉକ୍ତ ଟୋଲ୍ ଗେଟ୍ ରେ ଥିବା କର୍ମଚାରୀ ଓଭରଲୋଡିଂ ଦର୍ଶାଇ ୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା ଦେବାକୁ କହିଥିଲେ ଏବଂ ଗାଡିର ସମସ୍ତ କାଗଜପତ୍ର ନେଇ ଯାଇଥିଲେ। ପରେ କର୍ମଚାରୀ ଓ ଡ୍ରାଇଭରକଂ ମଧ୍ଯରେ ଯୁକ୍ତିତର୍କ ଓ ବିବାଦ ବଢିଥିଲା ଏବଂ ଏହାପରେ ଡ୍ରାଇଭର ଜଣକ ଛତ୍ରପୁର ସ୍ଥିତ ଗଞ୍ଜାମ ଆରଟିଓ କାର୍ଯ୍ଯାଳୟରେ ଅଭିଯୋଗ କରିଥିବା ବେଳେ ଘଟଣାର ତଦନ୍ତ କରି କାର୍ଯ୍ଯାନୁଷ୍ଠାନ ପାଇଁ ଦାବି କରିଛନ୍ତି।