ବ୍ରହ୍ମପୁର,୦୧/୧୦ -:- ବିଶ୍ବ ବୟୋଜ୍ଯେଷ୍ଠ ନାଗରିକ ଦିବସ ଉପଲକ୍ଷେ ସ୍ଥାନୀୟ ଲାଂଜିପଲ୍ଲୀ ଠାରେ ବରିଷ୍ଠ ନାଗରିକ ମଞ୍ଚ ତଥା ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ରରେ ଯୋଗାସନ, ହସ ଏବଂ ବ୍ୟାୟାମାଦି କାର୍ଯ୍ଯକ୍ରମ ସହ ଉପସ୍ଥିତଥିବା ମଂଚର ବରିଷ୍ଠତମ ସଦସ୍ୟ ଶ୍ରୀ ଦୀନବଂଧୁ ପାତ୍ର (୮୬ ବର୍ଷ)ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।ଆରମ୍ଭରେ ମଂଚର ଉପ ସଭାପତି ପ୍ରଫେସର ଡଃ ଅରୁଣ କୁମାର ପଣ୍ତା ବିଶ୍ବ ବୟୋଜ୍ଯେଷ୍ଠ ନାଗରିକ ଦିବସ ପାଳନ ଉପରେ ଆଲୋକପାତ କରିଥିଲେ । ତାହାପରେ ସଭାପତି ପ୍ରଫେସର ଭାସ୍କର ପାଢ଼ୀ ସମାଜରେ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସେମାନଙ୍କୁ ଶୋଷଣରୁ ମୁକ୍ତ, ଆଜୀବନ ସମାଜସେବାରେ ବ୍ରତୀ, ଖେଳ କୁଦ, କଳା ସଂସ୍କ୍ରୁତି ଆଦି ଦ୍ବାରା ସାମାଜିକ ଉନ୍ନତି ଉପରେ ଗୁରୁତ୍ବ ଦେଉଥିବା ସଂସ୍ଥା, ଅନୁଷ୍ଠାନ, ରାଜ୍ୟ, ଜିଲ୍ଲା, ବ୍ଳକ, ଗ୍ରାମ ପଞ୍ଚାୟତ ଆଦିକୁ ସ୍ବୀକ୍ରୁତି ଓ ପ୍ରୋତ୍ସାହନ ଦିଆଯାଉଥିବା ଉପରେ ଗୁରତ୍ବାରୋପ କରିଥିଲେ । ଛାତ୍ରଛାତ୍ରୀଙ୍କୁ ସାମାଜିକ ମଂଗଳ କାର୍ଯ୍ଯରେ ସହଯୋଗ ଓ ଭାଗୀଦାର କରାଇବା ପାଇଁ ଆଜଦିନ ସେମାନଙ୍କୁ ସବୁଠାରେ ଶପଥ ପାଠ କରାଯାଉଥିବା ଉପରେ ବୁଝାଇଥିଲେ । ତତ୍ ପଶ୍ଚାତ୍ ମଂଚର ଅନ୍ୟଜଣେ ବରିଷ୍ଠ ସଦସ୍ୟ ଶ୍ରୀ ଲୋକନାଥ ବ୍ରହ୍ମାଙ୍କ ୮୧ତମ ଜନ୍ମ ଦିବସ ପାଳନ କରି ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
