ବ୍ରହ୍ମପୁର , ୦୫/୦୮ -:- ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗ ହୋଇଥିବା ବେଳେ ଏହି ବିଭାଗରେ କାର୍ଯ୍ୟରତ ୧୦୮ କର୍ମଚାରୀ ମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ସାରା ଓଡ଼ିଶାରେ ପ୍ରତ୍ୟେକ ରୋଗୀ ମାନଙ୍କୁ ସଠିକ୍ ସେବା ଦେଇଆସିଛି ୧୦୮ ଆମ୍ବୁଲାନ୍ସ । ୧୦୮ ଆମ୍ବୁଲାନ୍ସ କୁ ଜିକିତ୍ସା ହେଲ୍ଥ କେର ନାମକ ଏକ ସଂସ୍ଥା ପରିଚାଳନା କରୁଚି । ହେଲେ ବେଳେ ବେଳେ କର୍ମଚାରୀ ମାନଙ୍କ ମଧ୍ୟ ସୁବିଧା ଅସୁବିଧା ରହିଛି । ଏହାକୁ ଦୃଷ୍ଟିରେ ରଖି ଜିକିତ୍ସା ହେଲ୍ଥ କେର ତରଫରୁ ଗଞ୍ଜାମ ଜିଲ୍ଲାରେ ଏକ ଅଭିଯୋଗ ଶୁଣାଣି ଶିବିର ସ୍ଥାନୀୟ ଉତ୍ତରା ମୁଖି ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଅନୁଷ୍ଟିତ ହୋଇଥିଲା । ମୁଖ୍ୟ ପରିଚାଳକ ଅଧ୍ୟକ୍ଷ ଶ୍ରୀ ଦେବାଶିଷ ନରେନ୍ଦ୍ରଙ୍କ ତତ୍ତ୍ଵାବଧାନରେ ଏହି ଅଭିଯୋଗ ଶୁଣାଣି ଶିଶିର ଅନୁଷ୍ଟିତ ହୋଇଥିଲା । ଏଥିରେ ଜିଲ୍ଲାର କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ ମାନଙ୍କ ମୌଳିକ ସମସ୍ୟା ଉପରେ ଆଲୋଚନା କରିଥିଲେ ଅଧ୍ୟକ୍ଷ । ଜିଲ୍ଲାର ୪ ଟି କ୍ଲଷ୍ଟର ର ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ସମସ୍ତ ଅଭିଯୋଗ ଶୁଣି ଏହାର ସମାଧାନ କରିବା ସହ ଆଗାମୀ ଦିନରେ କିଭଳି ଭାବେ ୧୦୮ ଆମ୍ବୁଲାନ୍ସ କୁ ସଠିକ୍ ଭାବରେ ସମସ୍ତ ଜନସାଧାରଣ ମାନେ ପାଇପାରିବେ ସେ ଉପରେ ଆଲୋଚନା ହୋଇଥିଲା । ବିଗତ ଦିନରେ ପୋଡ଼ାମାରି ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଏକ ପାହାଡିଆ ଦୁର୍ଗମ ଅଞ୍ଚଳରୁ ଜଣେ ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚର୍ ରେ ପ୍ରାୟ ୩ କିଲୋମିଟର ଦୂରରୁ ଆଣି ସଠିକ୍ ଭାବରେ ମେଡିକାଲରେ ଭର୍ତ୍ତି କରିଥିଲେ ଯାହାକି ଅତି ପ୍ରଶଂସନୀୟ କାର୍ଯ୍ୟ କରିଥିଲେ । ଏହାକୁ ଦେଖି ଜିକିତ୍ସା ହେଲ୍ଥ କେର ତରଫରୁ ଡ୍ରାଇଭର ସନ୍ତୋଷ ନାୟକ ଏବଂ ସହାୟକ ସୁରେନ୍ଦ୍ର ସେଠୀ ଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିକିତ୍ସା ହେଲ୍ଥ କେର ସହକାରୀ ପରିଚାଳକ ଶ୍ରୀ ଚିତ୍ତରଞ୍ଜନ ଦାସ ଯୋଗଦେଇଥିବା ବେଳେ ଦିଗପହଣ୍ଡି କ୍ଲଷ୍ଟର ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ସାବତ , ଛତ୍ରପୁର କ୍ଲଷ୍ଟର ମୁଖ୍ୟ ବଳରାମ ଡାକୁଆ , ବ୍ରହ୍ମପୁର କ୍ଲଷ୍ଟର ମୁଖ୍ୟ ଅଚ୍ୟୁତ ପଟ୍ଟନାୟକ , ଭଞ୍ଜନଗର କ୍ଲଷ୍ଟର ମୁଖ୍ୟ ପ୍ରଦୀପ ଦାସ , ଫାର୍ମାସିଷ୍ଟ ପ୍ରଭୁପ୍ରସାଦ ପାଢ଼ୀ , ଏମ୍. ତାରକେସ , ଟୁନୁ ବେହେରା , ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।
