You are currently viewing ୫ ମାସ ରେ ଗଳିପଡ଼ିଲା ହକି ସ୍ମାରକୀ
୫ ମାସ ରେ ଗଳିପଡ଼ିଲା ହକି ସ୍ମାରକୀ

ରାଉରକେଲା ବିମାନ ବନ୍ଦର ନିକଟରେ ନିର୍ମାଣ ହୋଇଥିବା ୪୦ ଫୁଟ୍ ର ବିଶାଳକାୟ ହକି ସ୍ମାରକୀ ଭୁଷୁଡି ପଡିବା ଘଟଣା ସହର ବାସି ଙ୍କୁ ବ୍ୟଥିତ କରିଛି। ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ହୋଇଥିବା ସ୍ମାରକୀ ୫ ମାସ ରେ ମାଟିରେ ମିଶିଗଲା। ରାଉରକେଲା
ସ୍ମାର୍ଟ୍ ସିଟି କୁ କେନ୍ଦ୍ର ସରକାର ସହ ସହ କୋଟି ଟଙ୍କା ଯୋଗଇ ଦେଇଛନ୍ତି । ଠିକା ଦାର ସହିତ ଅଧିକାରୀ ଙ୍କ ଅସାଧୁ ମେଣ୍ଟ ରହିଛି। ମାତ୍ର ୫ ମାସ ତଳେ ନିର୍ମିତ ସ୍ମାରକୀ ଭୁଷୁଡି ପଡିବା ଅତ୍ୟନ୍ତ ଦୁଃଖ ଓ ପରିତାପ ର ବିଷୟ ହୋଇଛି। ବିଶ୍ବକପ୍ ପାଇଁ ନିର୍ମାଣ ହୋଇଥିବା ହକି ସ୍ମାରକୀ ଖେଳାଳି ଓ ଦର୍ଶକ ଙ୍କୁ ଆକୃଷ୍ଟ କରିଥିଲା ।ଆଜି ଇସ୍ପାତ ସହରରେ ମାତ୍ର କିଛି ସମୟ ପାଇଁ ବର୍ଷା ଓ ପବନ ହଉଥିଲା ଆଶ୍ଚର୍ଯ୍ୟ ର କଥା ଆମ୍ବ ଗଛ ରେ ଆମ୍ବ ଭରି ହୋଇ ରହିଥିବା ବେଳେ ପବନ ରେ ଗୋଟିଏ ବି ଆମ୍ବ ଖସିନଥିଲା।ତେବେ ପ୍ରଶ୍ନ ଉଠୁଛି ଆମ୍ବ ପଡିନଥିବା ବେଳେ ପ୍ରତିମୂର୍ତ୍ତି କିଭଳି ପବନରେ ଓଲଟି ପଡ଼ିଲା।ଏହି ନିର୍ମାଣ କାମରେ ସଂପୃକ୍ତ ଥିବା ସମସ୍ତ ଅଧିକାରୀ ଙ୍କୁ ତଦନ୍ତ ପରିସର ଭୁକ୍ତ କରାଯାଉ।ଏହି ଘଟଣା ର ଉଚ୍ଚ ସ୍ତରୀୟ ତଦନ୍ତ କରିବାକୁ ଏବଂ CBI ତଦନ୍ତ କରୁ ବୋଲି ସାଧାରଣ ଜନତା, ନେତା ଏବଂ ବୁଦ୍ଧିଯିବି ମହଲ ରେ ଦାବି ହେଉଛି।