ଚମାଖଣ୍ଡି,୮/୧୧ – ( ଭଗବାନ ଦାସ ) -:- ଛତ୍ରପୁର ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ରେ ଥିବା ଗୋପିନାଥ ନଗର ଏବଂ ଭଞ୍ଜନଗର କୋର୍ଟ କାଯ୍ୟରତ ଏ,ଏସ ଆଇ ରବିନ୍ଦ୍ରନାଥ ବେହେରା,(୫୪) ବର୍ଷ ବୟସରେ ଗତ ଦୁଇ ବର୍ଷ ଅର୍ଥାତ ୨୪/୭/୨୦୨୦ ତାରିଖ ଦିନ କୋଭିଡ ଯୋଗୁଁ ଥଣ୍ଡା ଜର ହେବା ତାଙ୍କୁ କୋଦଳା ସ୍ବାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନେଇ ଥିଲେ ସେଠାରେ ତାଙ୍କର ମୃତ୍ୟୁ ବରଣ କରିଥିଲେ।

ଏହି ଅବସରରେ ଚମାଖଣ୍ଡି ଥାନା ଅଧିକାରୀ ସୁଦିପ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ନରେନ୍ଦ୍ରପୁର ଗ୍ରାମର ଗୋପୀନାଥ ନଗର ବାସ ଭବନ କୁ ଆସି କୋଭିଡ ରେ ମୃତ୍ୟୁ ବରଣ କରି ଥିବା ସ୍ବର୍ଗତ ଏ,ଏସ ଆଇ ରବିନ୍ଦ୍ରନାଥ ବେହେରାଙ୍କ ଫୋଟ ଚିତ୍ର ଉପରେ ପୁଷ୍ପ ମାଲ୍ୟାର୍ପଣ କରି ସୃତି ଚାରଣ କରି ଥିଲେ ।
ଏଥିରେ ଜଗନ୍ନାଥ ପୁରବିଟ୍ ହାଉସ ଏ ଏସ ଆଇ ଅରୁଣ କୁମାର ରାଉତ , ଏ ଏସ ଆଇ ସଞ୍ଜୟ କୁମାର ପାତ୍ର ଓ ପତ୍ନୀ ଲକ୍ଷ୍ମୀ ପ୍ରିୟା ବେହେରା ଓ ଏକ ମାତ୍ର ପୁତ୍ର ମନୋଜ କୁମାର ବେହେରା ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀ କରି ପୁଷ୍ପ ମାଲ୍ୟାର୍ପଣ କରି ଥିଲେ । ସୂଚନାଯୋଗ୍ୟ ମୃତ୍ୟୁ ବରଣ କରି ଥିବା ଏ,ଏସ ଆଇ ରବିନ୍ଦ୍ର ନାଥ ବେହେରା ଙ୍କୁ ଗଞ୍ଜାମ ପୋଲିସ ଏସ.ପି ବ୍ରିଜେଶ ରାଏ ପକ୍ଷରୁ କୋଭିଡ ସହାୟତା ୫୦ ଲକ୍ଷ ଟଙ୍କା ମିଳିଛି ।
