କଟକ-ଚଳିତ ବର୍ଷ ଐତିହାସିକ ବାଲିଯାତ୍ରାରେ ବ୍ୟାପକ ଅର୍ଥ ବ୍ୟୟକରି ପୁରାତନ ପରମ୍ପରା, ଐତିହ୍ୟ,ସଂସ୍କୃତି ଓ ଭାଇଚାରା ବଜାୟ ରଖିବା ପାଇଁ ନାନାପ୍ରକାର କାର୍ଯ୍ୟକ୍ରମ କରାଯାଇଛି। ମହାମାରୀ କୋଭିଡର ୨ବର୍ଷ ପରେ ରାଜ୍ୟସ୍ତରୀୟ ମାନ୍ୟତା ପାଇଥିବା ଐତିହାସିକ ବାଲିଯାତ୍ରା କଟକ ୨୦୨୨ଉତ୍ସବକୁ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ବୁଦ୍ଧିଜୀବୀ,ଦର୍ଶକ ଆସୁଛନ୍ତି।ଚଳିତ ବର୍ଷ ଏହି ବାଲିଯାତ୍ରା ଅନେକ ଜାକଜମକରେ ଜନସାଧାରଣଙ୍କ ଟିକସ ଅର୍ଥ ଓ ଅନ୍ୟ ବାବଦରେ ଆସିଥିବା ବ୍ୟାପକ ଅର୍ଥ ବ୍ୟୟକରାଯାଇ ରାଜ୍ୟ ସରକାର, ଜିଲ୍ଲା,ପୁଲିସ ପ୍ରଶାସନ, କଟକ ମହାନଗର ନିଗମ,ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଶିବିର ଖୋଲା ଯାଇଥିବା ସହ ବିଭିନ୍ନ ଡିଜିଟାଲ ପ୍ରଚାରପ୍ରସାର ଦେଖିବାକୁ ମିଳୁଛି।ମାତ୍ର ରାଜ୍ୟ ସରକାରଙ୍କ ସ୍ଵଛତା ଓ ୫ଟି କୁ ପାଥେୟ କରି ସରକାରଙ୍କ ସୂଚନାଅଧିକାର ଆଇନ ୨୦୦୫ର କୌଣସି ସଚେତନତା କାର୍ଯ୍ୟକ୍ରମ,ଶିବିର ଓ ପ୍ରଚାରପ୍ରସାର ଦେଖିବାକୁ ମିଳିନଥିଲା ।ରାଜ୍ୟ ସରକାର ସ୍ଵଛତାକୁ ଗୁୁରୁତ୍ଵ ଦେଉଥିବା ବେଳେ ରାଜ୍ୟ ସ୍ତରୀୟ ମାନ୍ୟତା ପାଇଥିବା ଐତିହାସିକ ବାଲିଯାତ୍ରାରେ ସରକାରଙ୍କ ସୂଚନାଅଧିକାର ଆଇନ ୨୦୦୫କୁ ଅଣହେଳା କରାଯାଉଥିବା ଯୋଗୁଁ ସରକାରଙ୍କ ସ୍ଵଛତା ଓ ୫ଟି କୁ ଏକପ୍ରକାର ବେଖାତିର କଲାଭଳି ଅତି ଦୁଃଖର ସହ କହିଛନ୍ତି ଓଡିଶା ସୂଚନାଅଧିକାର ଅଭିଯାନର କଟକଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁ। ରାଜ୍ୟ ସରକାରଙ୍କ ସ୍ଵଛତା ଓ ୫ଟିକୁ ସମ୍ମାନ ଜଣାଇ ଜନସାଧାରଣଙ୍କ ବୃହତ ସ୍ଵାର୍ଥ ଉଦ୍ଦେଶ୍ୟରେ ଐତିହାସିକ ବାଲିଯାତ୍ରା କଟକ ୨୦୨୨ଉତ୍ସବରେ “ସୂଚନାଅଧିକାର ଆଇନ ୨୦୦୫”ର ଏକ ସଚେତନତା କାର୍ଯ୍ୟକ୍ରମ,ଶିବିର ଓ ପ୍ରଚାରପ୍ରସାର କରାଯାଇ ଜନସାଧାରଣଙ୍କୁ ସଚେତନ କରାଗଲେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ବୃହତ ମଙ୍ଗଳ ହେବ ବୋଲି ଆଜି ଓସା କଟକଜିଲ୍ଲା ସଂଯୋଜକ ଜିତେନ୍ଦ୍ର ସାହୁଙ୍କ ନେତୃତ୍ବରେ ବିଶିଷ୍ଟ ସମାଜସେବୀ କ୍ଷୀରୋଦ କୁମାର ସାହୁ,ଆଇନଜୀବୀ ପ୍ରଫୁଲ୍ଲ ସାହୁ, ମନୋରଞ୍ଜନ ଜେନା,ନବକିଶୋର ଦାସ,ମାନଭଞ୍ଜନ ସ୍ଵାଇଁ, ଗୋକୁଳଚନ୍ଦ୍ର ପ୍ରଧାନ,ପ୍ରିୟବ୍ରତ ପଟ୍ଟନାୟକ କଟକ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବୀପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ଟପ୍ପୋଙ୍କୁ ପ୍ରଦାନ କରିଛନ୍ତି।ଐତିହାସିକ ବାଲିଯାତ୍ରାରେ ସୂଚନାଅଧିକାର ଆଇନର ସଚେତନତା କାର୍ଯ୍ୟକ୍ରମ ଓ ଶିବିର କରାଗଲେ ଜନସାଧାରଣଙ୍କ ଅନେକ ସମସ୍ୟାର ସମାଧାନ ହେବା ସହ ରାଜ୍ୟ ସରକାରଙ୍କ ସ୍ଵଛତା ଓ ୫ଟି ଆଧାରରେ ସମସ୍ତ ସରକାରୀ ଯୋଜନାରେ ସ୍ଵଛତା ଆସିବବୋଲି ବରିଷ୍ଠ ସମାଜସେବୀ କ୍ଷୀରୋଦ କୁମାର ସାହୁ ପ୍ରକାଶ କରିଛନ୍ତି।
