You are currently viewing ଗଞ୍ଜାମ ଜିଲ୍ଲା ବିଜେପି ତରଫରୁ କେନ୍ଦ୍ର ଆଦିବାସୀ କଲ୍ଯାଣ ଓ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀଙ୍କୁ ସ୍ଵାଗତ ସମବର୍ଦ୍ଧନା ।
ଗଞ୍ଜାମ ଜିଲ୍ଲା ବିଜେପି ତରଫରୁ କେନ୍ଦ୍ର ଆଦିବାସୀ କଲ୍ଯାଣ ଓ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀଙ୍କୁ ସ୍ଵାଗତ ସମବର୍ଦ୍ଧନା ।

ବ୍ରହ୍ମପୁର , ୦୬/୧୧ – ( ପ୍ରଫୁଲ୍ଲ ସାବତ ) -:- ମାନ୍ୟବର କେନ୍ଦ୍ର ଆଦିବାସୀ କଲ୍ଯାଣ ଓ ଜଳଶକ୍ତି ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ଵେଶ୍ଵର ଟୁଡୁ ଗତକାଲି ମଧ୍ୟ ରାତ୍ରରେ ବ୍ରହ୍ମପୁର ଠାରେ ପହଞ୍ଚିବା ପରେ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଥିଲା । ବ୍ରହ୍ମପୁର ରେଳ ଷ୍ଟେଷନ୍ ରୋଡ ସ୍ଥିତ ସାରକିଟ୍ ହାଉସରେ ରାତ୍ରି ରହଣି ସମୟରେ କେନ୍ଦ୍ର ମନ୍ତ୍ରୀ ବିଜେପି କାର୍ଯକର୍ତ୍ତା ମାନଙ୍କ ସହ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ଆଜି ସକାଳେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଟୁଡୁ ଏକ ସାମାଜିକ କାର୍ଯ୍ୟରେ ଯୋଗ ଦେବା ପାଇଁ ଆସ୍କା ନିକଟସ୍ଥ ନିମିନା ଗ୍ରାମକୁ ଯିବା ପୂର୍ବରୁ ସାରକିଟ୍ ହାଉସ୍ ଠାରେ ସାମ୍ୱାଦିକ ମାନଙ୍କୁ ସାକ୍ଷାତ କରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ବିଜୁ ଜନତା ଦଳ ସରକାର ଅମଳରେ ଓଡ଼ିଶାରେ ବିକାଶ ନ ହୋଇ କେବଳ ବିନାଶ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରେ କୌଣସି ବିକାଶ ହୋଇନଥିବା ବେଳେ ମୁଖ୍ୟମନ୍ତ୍ରୀ ରାଜ୍ୟର ୩୦ ଟି ଜିଲ୍ଲାର ନାମ କହିପାରିବେ ନାହିଁ । ଧାମନଗରରେ ବିଜେପି ଜିତିବା ଏକ ପ୍ରକାର ସୁନିଶ୍ଚିତ ।

ଧାମନଗର ଲୋକ ଏବେ ସଠିକ୍ ଜବାବ ଦେବେ ।
ଏହି ଫଳାଫଳ ରାଜ୍ୟର ରାଜନୈତିକ ପାଣିପାଗ ବଦଲାଇଦେଵ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ଗଞ୍ଜାମ ଜିଲ୍ଲାରେ ତିନୋଟି ଆଦିବାସୀ ଏକଲବ୍ୟ ବିଦ୍ୟାଳୟ ଖୋଲିବାକୁ ବିଚାର କାରାଯାଉଥିବା କଥା ସେ କହିଛନ୍ତି ।କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କୁ ସ୍ୱାଗତ କରିବା ପାଇଁ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା,ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବ୍ରହ୍ମପୁର ବିଧାନସଭା ବିଧାୟକ ପ୍ରାର୍ଥୀ କାହ୍ନୁ ଚ଼ରଣ ପତି,ସରୋଜ ସାବତ,ନୀଳମଣି ବିଶୋୟୀ,ରଞ୍ଜନ ପଲ୍ଲେଇ,ଅନିଲ ପଣ୍ଡା,

ରାଜ୍ୟ କୢଷକ ମୋର୍ଚ୍ଚା ସମ୍ପାଦକ ରାଜେଶ ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ସୁନିଲ କୁମାର ସାହୁ,ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରା,ସୁଶିଳା ମଲ୍ଲିକ,ଶିବ ଶଙ୍କର ନାୟକ,କର୍ପୋରେଟର ନୀଳକଣ୍ଠ ସାହୁ,ରଞ୍ଜିତା ବେହେରା, ବନିତା ସାହୁ,ଅନୁଜା ନନ୍ଦ ବିଶ୍ୱାଳ, ଓବିସି ମୋର୍ଚ୍ଚା ସଭାପତି ମଦନ ମହୋନ ପାତ୍ର,ଡଃ.ଅମୁଲ୍ୟ ଚୌଧୁରୀ,ସରୋଜ ପାତ୍ର,ପ୍ରଦୀପ ମିଶ୍ର,ଶିବ ଶଙ୍କର ଶତପଥି,କିରଣ କୁମାର ସାହୁ,କେ.ଟୁଙ୍ଗୁରୁ ପାତ୍ର, ପ୍ରଣୟ ମହାପାତ୍ର,ମାଲି ସାହୁ,ରବି ନାରାୟଣ ସାବତ,କମଲ ପାତ୍ର, ଗୌରୀ ମହାନ୍ତି,ପି.ରାଜେନ୍ଦ୍ର କୁମାର ପ୍ରମୁଖ ଦଳୀୟ କାର୍ଯକର୍ତ୍ତା ଉପସ୍ଥିତ ଥିଲେ ।