ଧରାକୋଟ ,25/2/24
ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଶିକ୍ଷକ ପୁରସ୍କାର ପ୍ରତିବର୍ଷ ପ୍ରଦାନ କରୁଛନ୍ତି । ସଂପ୍ରତି ଚଳିତ ବର୍ଷ ପାଇଁ ବ୍ଲକ ସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷକ ପୁରସ୍କାର ତାଲିକାରେ ଧରାକୋଟ ବ୍ଲକର ଦୁର୍ଗମ ସାବା ପଞ୍ଚାୟତ ର ସାବା କ୍ଲଷ୍ଟର ର ଝିଲିମିଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଟି, ତ୍ରିପତି ପାତ୍ର ସ୍ଥାନ ପାଇଛନ୍ତି । ଗତ ଶନିବାର ଦିନ ଛତ୍ରପୁର ଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ଉତ୍ସବରେ ଆସିକା ଏମ ପି ପ୍ରମିଳା ବିଷୋୟୀ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ମିଳିତ ଭାବରେ ଜିଲ୍ଲାର ସମସ୍ତ ବିଧାୟକ ଙ୍କ ଉପସ୍ଥିତିରେ ଧରାକୋଟ ବ୍ଲକର ଏକ ମାତ୍ର ଶିକ୍ଷକ ଭାବରେ ଟି ଟ୍ରିପତି ପାତ୍ର ଙ୍କୁ ବ୍ଲକ ସ୍ତରୀୟ ଶ୍ରେଷ୍ଠ ଶିକ୍ଷକ ଭାବରେ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ସେ ବି ଇ ଓ ଲିଙ୍ଗରାଜ ସ୍ବାଇଁ, ଏ ବି ଇ ଓ ପ୍ରଦୀପ କୁମାର ହୋତା, ପ୍ରଦୀପ କୁମାର ଶତପଥୀ, ଉମା ଚରଣ ପାଣିଗ୍ରାହୀ, ସି ଆର ସି ସି କୃଷ୍ଣ ନାୟକ ଓ ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଞ୍ଜୀବ ସାହୁଙ୍କ ମାର୍ଗଦର୍ଶନ ସହ ସାବା କ୍ଲଷ୍ଟରର ସମସ୍ତ ଶିକ୍ଷକ ମାନଙ୍କ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଛନ୍ତି । ବ୍ଲକର ଦୁର୍ଗମ ଅଞ୍ଚଳର ବିଦ୍ୟାଳୟର ଜଣେ ଶିକ୍ଷକ ସମୟାନୁବର୍ତିତା, ଗୁଣାତ୍ମକ ଶିକ୍ଷା ପ୍ରଦାନ,ଚରିତ୍ର ଗଠନ ସହ ପରିବେଶର ସ୍ବଚ୍ଛତା ପାଇଁ ଏହି ପୁରସ୍କାର ପାଇଥିବାରୁ ପ୍ରଶଂସାର ପାତ୍ର ହୋଇଛନ୍ତି ।
