ସୁରେଖାଦେଇପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖାରୀଗୁଡା କ୍ଲଷ୍ଟର ଶିଶୁ ମହୋତ୍ସବ ସୁରଭି (୨୦୨୪-୨୫) ଅନୁଷ୍ଠିତ ହୋଇଯାଇଛି। ସିଆରସିସି ସନ୍ତୋଷ କୁମାର ମାହାନ୍ତିଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି ଉତ୍ସବରେ କ୍ଲଷ୍ଟରର 14ଟି ବିଦ୍ୟାଳୟରୁ ପ୍ରାୟ ୧୫୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ଉତ୍ସବରେ ମୁଖ୍ୟ ଅତିଥି


ଭାବେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ, ସମ୍ମାନିତ ଅତିଥି ସରପଞ୍ଚ ଦିଲ୍ଲୀପ କୁମାର ପ୍ରଧାନ ସହକାରୀ ଗୋଷ୍ଟି ଶିକ୍ଷା ଅଧିକାରୀ ସୁଶିଳା ପାତ୍ର,ପିତାମ୍ବର ନାୟକ, ସରପଞ୍ଚ ଦିଲପ ପ୍ରଧାନ, ବରିଷ୍ଠ କିରାଣୀ ଓଁ କାର ପଣ୍ଡା, ଭିକା ସ୍ୱାଇଁ, ମୁଖ୍ୟ ବକ୍ତା ଭାବେ ଋଷିକୂଲ୍ୟା ସ୍ନାତକ ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଡ଼ଃ ହୃଷିକେଶ ମିଶ୍ର ଆଦି ଯୋଗଦେଇ ମଂଚାସୀନ ଥିଲେ, ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ କାମ ଦେବ ପ୍ରଧାନ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।

ନାଟ୍ୟକାର ତଥା ଅମୃତୁଲୁ ସି ଆର ସି ସି ରାଜେନ୍ଦ୍ର କୁମାର ବିଷୋୟୀ, କାଳୁ ଚରଣ ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ବିଧାୟକ ଓ ମୁଖ୍ୟ ବକ୍ତା ତାଙ୍କର ଅଭିଭାଷଣ ମାଧ୍ୟମରେ ସୁରଭୀର ପ୍ରାଧାନ୍ୟ ତଥା ସମ୍ପର୍କରେ କହି ପିଲାମାନଙ୍କୁ ଉତ୍ସାହିତ କରିଥିଲେ।

କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପୂର୍ବତନ ସି ଆର ସି ସି ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ସହଯୋଗ କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନୀତ କରାଯାଇଥିଲା । ଜଗନ୍ନାଥ ସଂସ୍କୃତିକୁ ନେଇ ବିଭିନ୍ନ ପୌରାଣିକ, କାର୍ଯ୍ୟକ୍ରମ ଅଭିନୟ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା l ଛାତ୍ର ଛାତ୍ରୀଙ୍କ ଭିତରେ ନାଚ, ସଙ୍ଗୀତ, ଅଭିନୟ, ଚିତ୍ରାଙ୍କନ ଭଳି ଭିଭିନ୍ନ ପ୍ରତିଯୋଗିତା ହୋଇଥିଲା |

