ଚିକିଟୀ(ଗଞ୍ଜାମ)-: ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଅନ୍ତର୍ଗତ ଲାଲମେଣ୍ଟା ଗ୍ରାମପଞ୍ଚାୟତ ର ବିରସିଂହଲକ୍ଷ୍ମୀ ନାରାୟଣ ପୁର ଗ୍ରାମ ନିବାସୀ ଶ୍ରୀ ନାରାୟଣ ପ୍ରଧାନଙ୍କ ସୁପୁତ୍ର ସମର୍ଥ ର ପ୍ରଥମ ଜନ୍ମ ବାର୍ଷିକୀ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସ୍ଥିତ ଏମକେ ସି ଜି ମେଡିକାଲ କଲେଜ ର ଏକ ରକ୍ତ ସଂଗ୍ରହକାରୀ ଦଳ ଉକ୍ତ ଗ୍ରାମରେ ପହଞ୍ଚି 32ୟୁନିଟ ରକ୍ତ ସଂଗ୍ରହ କରିଛନ୍ତି । ଉକ୍ତ ଶିବିରକୁ ବରିଷ୍ଠ ସମାଜସେବୀ ଶ୍ରୀ କୋରା ପ୍ରଧାନ ଉଦଘାଟନ କରିଥିବା ବେଳେ ଅତିଥି ରୂପେ ରାମନାଥ ପ୍ରଧାନ ସୁନିଲ ପ୍ରଧାନ ସନ୍ତୋଷ ପ୍ରଧାନ , ଖୋଦ ନାରାୟଣ ପ୍ରଧାନ ଯୋଗ ଦେଇଥିଲେ ।

ସମାଜସେବୀ ପ୍ରଭୁ ଦୟାଲ ପ୍ରଧାନ ବାଙ୍କ ବିଷୋୟୀ କୁନା ପ୍ରଧାନ ପବିତ୍ର ପ୍ରଧାନ, ସନ୍ତୋଷ ପ୍ରଧାନ, ଶଙ୍କର୍ଷଣ ପ୍ରଧାନ ଆକାଶ ପ୍ରଧାନକାହ୍ନୁ ଚରଣ ପ୍ରଧାନଗୋବିନ୍ଦ ବେହେରା ଜଗନ୍ନାଥ ପାତ୍ରଆଦି ସମ୍ପୂର୍ଣ ସହଯୋଗ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ସ୍ଥାନୀୟ ସମର୍ଥ ସମାଜସେବୀ ବୃନ୍ଦ, ସମସ୍ତ ଗ୍ରାମବାସୀ ଓ ବନ୍ଧୁ ବାନ୍ଧବ ସାଙ୍ଗ ସାଥି ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ସେମାନଙ୍କ ଅବଦାନରେ ଉଭୟ ଜନ୍ମବାର୍ଷିକୀ ଉତ୍ସବ ଏବଂ ରକ୍ତ ଦାନ ଉତ୍ସବ ଅତି ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ମହାପୁର୍ଣ୍ୟ ଭଳି ଜନହିତକର ବିରଳ କାର୍ଯ୍ୟକ୍ରମକୁ ଅଞ୍ଚଳ ବାସୀ ଭୁୟସୀ ପ୍ରଶଂସା କରିଛନ୍ତି ।

