You are currently viewing ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷାର ବାର୍ତା ବାଣ୍ଟିଲେ ସମାଜସେବୀ ।
ବୃକ୍ଷ ରୋପଣ କରି ପରିବେଶ ସୁରକ୍ଷାର ବାର୍ତା ବାଣ୍ଟିଲେ ସମାଜସେବୀ ।

କଟକ : ୭୫ ତମ ବନ ମହୋତ୍ସବ ସପ୍ତାହରେ ବୃକ୍ଷରୋପଣ କରିଲେ ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରି ଟେବୁଲ୍ ଟ୍ରଷ୍ଟ,ଓଡ଼ିଶା (ବିସିଟି) ବରେଣ୍ୟ ପ୍ରତିଷ୍ଠାତା ସମାଜସେବୀ ଇଂ.ବିମଳ ଚନ୍ଦ୍ର ଦାସ । ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ସହ ସେବା କାର୍ଯ୍ୟ ନେଇ ସେ ଟ୍ରଷ୍ଟ କାର୍ଯ୍ୟକର୍ତ୍ତା ଓ ସାଧାରଣରେ ଆହ୍ବାନ ଦେବା ସହ ନିଜେ ବୃକ୍ଷରୋପଣ କରିଛନ୍ତି । ବୃକ୍ଷରୋପଣ ସହ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବା ନେଇ ସେ ତାଦରଖ କରିଥିଲେ ।