You are currently viewing ତାରା ତାରିଣୀ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ଙ୍କୁ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ |
ତାରା ତାରିଣୀ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷ ଙ୍କୁ ପଦାର୍ଥ ବିଜ୍ଞାନ ବିଭାଗ ତରଫରୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ |

ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ରେ ଥିବା ତାରା ତାରିଣୀ ମହାବିଦ୍ୟାଳୟ ର ପୂର୍ବତନ ଅଧକ୍ଷତଥା ପଦାର୍ଥବିଜ୍ଞାନ ର ମୁଖ୍ୟ ଥିବା ଡ଼ଃ ସିମାଞ୍ଚଳ ପଟନାୟକ ଙ୍କୁ ଆଜି କନକା ଠାକୁରାଣୀ ମନ୍ଦିର ପରିସରରେ ଫିଜିକ୍ସ ବିଭାଗ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା କରିବା ଉଦ୍ଦେଶ୍ୟ ରେ ଏକ ବୈଠକ ର ଆୟୋଜନ କରାଯାଇ ଥିଲା | ବର୍ତମାନ ପଦାର୍ଥ ବିଜ୍ଞାନ ର ମୁଖ୍ୟ ଥିବା ଅଧ୍ୟାପକ ଡ଼ଃ ସୁବ୍ରତ କୁମାର ଷଡ଼ଙ୍ଗୀ ଙ୍କ ସଂଯୋଜନା ରେ ଆରମ୍ଭ କରା ଯାଇଥିଲା |

ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟ ର ପରିଚାଳନା ପରିଷଦ ର ସଭାପତି ଶ୍ରୀଯୁକ୍ତ ବାସୁଦେବ ମହାପାତ୍ର, ଏବଂ ପୂର୍ବତନଶିକ୍ଷା ବିଭାଗ ର ଅଧ୍ୟାପିକା ଡ଼ଃ ଗାୟତ୍ରୀ ଦାଶ ମଧ୍ୟ ମଞ୍ଚାସିନ ଥିଲେ | ଅନ୍ୟମାନଙ୍କ ମଧ୍ୟରେ ପଦାର୍ଥ ବିଭାଗ ର ଡେମୋନଷ୍ଟେଟର ପ୍ରଫୁଲ କୁମାର ସାହୁ ବିଭାଗ ର ସହଯୋଗୀ ଅଧ୍ୟାପିକା ପିଙ୍କି ସାହୁ, ଓ ମହାବିଦ୍ୟାଳୟର ମୁଖ୍ୟ ଲାଇବ୍ରେରୀ କପିଳେ ଶ୍ୱର ଦାଶ, ମଞ୍ଚାସିନ ଥିଲେ | ବୈଠକ ଆରମ୍ଭ ପୂର୍ବରୁ ଉପସ୍ଥିତ ଅତିଥି ମାନେ ଗଞ୍ଜାମ ର ଅଧିଷ୍ଠାତ୍ରି ଦେବୀ ମା ତାରା ତାରିଣୀ ଓ ଜଗତର ନାଥ ଜଗନ୍ନାଥ ଙ୍କ ଫୋଟ ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଦୀପ ପ୍ରଜ୍ବଳନ କରି ଜଗତର ମଙ୍ଗଳ କାମନା କରିଥିଲେ |

ଓ ଅଧ୍ୟାପକ ସୁବ୍ରତ କୁମାର ଷଡ଼ଙ୍ଗୀ ବୈଠକରେ ସମ୍ୟକ ସୂଚନା ଦେଇ ଆଜିର ଏହି ସଂମ୍ବର୍ଦ୍ଧନା ଉଛବ ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ | ଉପସ୍ଥିତ ଛାତ୍ର , ଛାତ୍ରୀ ମାନେ ବାଷ୍ପ ଛଳ କଣ୍ଠରେ Each ବିହ୍ଵଳ ହୋଇ ଅଧକ୍ଷ ଙ୍କ 36 ବର୍ଷ ର ଅଭିଜ୍ଞ ତା ମଧ୍ୟରେ ମହାବିଦ୍ୟାଳୟରେ ଅନୁଶାସନ, କର୍ତ୍ତବ୍ୟ ନିଷ୍ଠତା,ଛାତ୍ରବଛଳତା, ଏବଂ ସମସ୍ତ ସହଯୋଗୀ ଙ୍କୁ ସାହାଯ୍ୟ, ଭଲପାଇବା ରହିଥିଲା , ତାହା ଆଜି ଶୂନ୍ୟ ହୋଇ ପଡିଛି | ଅନ୍ୟ ମାନେ ଅଛନ୍ତି ନିଶ୍ଚିତ ଭାବେ ତାଙ୍କଠାରୁ ଅଧିଜ ହୋଇ ପାରିବେ ଏକଥା କହି ହେବନାହିଁ, କିନ୍ତୁ ଡ଼ଃ ସିମାଞ୍ଚଳ ପଟନାୟକ ଙ୍କ କ୍ଷେତ୍ରରେ ସେ ଅନ୍ୟ ମାନଙ୍କ ପ୍ରତି ଏକ ମାଇଲ ଖୁଣ୍ଟ ହୋଇ ରହିବେ ବୋଲି ଛାତ୍ର, ଛାତ୍ରୀ ମାନେ ତାଙ୍କ ବକ୍ତବ୍ୟ ରେ କହିଛନ୍ତି |

ମଞ୍ଚାସିନ ଅତିଥି ତଥା ପରିଚାଳନା ପରିଷଦ ର ସଭାପତି ଏହି ପୁରୁଷୋତ୍ତମପୁର ଏଜ ଐତିହାସିକ, ପୌରାଣିକ, ଓ ପର୍ଯ୍ୟଟନ, କ୍ଷେତ୍ର ବହନ କରିଥିବା ଏହି ସହର ତଥା ମା ତାରା ତାରିଣୀ, ଶୈବ ପୀଠ କପିଳେଶ୍ୱର ମହାଦେବ ଙ୍କ ଖ୍ୟାତି ଉପରେ ତଥା ଗଙ୍ଗା ଠାରୁ ହଜାରେ ବର୍ଷରେ ବଡ଼ କୂଳୁ କୂଳୁ, ପ୍ରବାହିତ ଋଷିକୁଲ୍ୟା ନଦୀ, ଉପରେ ବର୍ଣ୍ଣନା କରିବା ସହ ସମ୍ବର୍ଦ୍ଧିତ ହେବାଜୁ ଥିବା ଅଧକ୍ଷ ଓ ଉପସ୍ଥିତ ସମସ୍ତ ଅତିଥି, ସାମ୍ବାଦିକ ଙ୍କ ନାମ ଉପରେ ବର୍ଣ୍ଣନା କରିଥିଲେ | ପୂର୍ବତନ ଅଧ୍ୟାପିକା ଡ଼ଃ ଗାୟତ୍ରୀ ଦାଶ ତଥା ଅଧକ୍ଷ ଙ୍କ ସହଧର୍ମିଣୀ ତାଙ୍କ ବକ୍ତବ୍ୟ ରେ ଅଧକ୍ଷ ଙ୍କ ନିୟମାନୁ ବର୍ତ୍ତିତା, ଓ ସୁଶାସନ ସହ ସେ ଖାପଖୁଆଇ ଆଜି ପର୍ଯ୍ୟନ୍ତ ଚାଲି ଆସିଛନ୍ତି | ତେଣୁ ପିଲାମାନଙ୍କୁ ପଛରେ ପକାଇ ସେ ଉକ୍ତଳ ମଣୀ ଗୋପବନ୍ଧୁ ଦାଶ ଙ୍କ ପରିସେ ତାଙ୍କ ନିୟମରୁ ଅପସରି ଯାଇନାହାନ୍ତି | ତେଣୁ ସେ ଜଣେ ଅନ୍ୟତମ କର୍ତ୍ତବ୍ୟନିଷ୍ଟ ର ଅଧିକାରୀ ହୋଇ ପାରିଛନ୍ତି | ସେଥିପାଇଁ ସେ ତାଙ୍କୁ ସ୍ୱାମୀ ରୂପରେ ପାଉ ଆଜି ଗର୍ବିତ ବୋଲି କହିଛନ୍ତି | ଅନ୍ୟ ମାନଙ୍କ ମଧ୍ୟରେ ଡେମୋନେଷ୍ଟେଟର ପ୍ରଫୁଲ ସାହୁ ଓ ଲାଇବ୍ରେରୀମୁଖ୍ୟ କପିଳେଶ୍ୱର ଦାଶ, ସହଯୋଗୀ ଅଧାପକ ପିଙ୍କି ସାହୁ ମଧ୍ୟ ଅଧକ୍ଷ ଙ୍କ ନିତି, ଆଦର୍ଶ, ଓ ଶିକ୍ଷା ପ୍ରଦାନ କିପରି ଉଚ୍ଚ କୋଟିର ହୋଇ ପାରିଥିଲା ,ଏବଂ ମହାବିଦ୍ୟାଳୟ ର ନାମ ଜିଲ୍ଲା ରୁ ରାଜ୍ୟ ପର୍ଯ୍ୟନ୍ତ ରହିଛି ତାହାବି ଆଜି ସମସ୍ତଙ୍କ ମନେ ରହିବ ବୋଲି କହିଛନ୍ତି | ଅଧକ୍ଷ ତାଙ୍କ ଅଭିଭାଷଣ ରେ ଏହି କଲେଜରୁ ଅଧ୍ୟାପନା ଆରମ୍ଭ ଓଏଠାରୁ ଶିକ୍ଷା ଦାନ ଶେଷ ବୋଲି କହିଛନ୍ତି

| ତେବେ ଏହି କଲେଜ ତାଙ୍କ ରି ସବୁ ବେଳେ ମନେ ରହିବ କହିଛନ୍ତି | ସମସ୍ତ ବିଭାଗୀୟ ଛାତ୍ର, ଛାତ୍ରୀଙ୍କ ଯାହାବିଶିକ୍ଷା ପ୍ରତି ବୁଝିବାର ଅଛି ସେମାବେ ତାଙ୍କ ସହ ଫୋନ ରେ କଥା ହୋଇ ପାରିବେ ବୋଲି କହିଛନ୍ତି | ଶେଷରେ ଡେମୋନେଷ୍ଟେଟର ପ୍ରଫୁଲ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରି ଥିଲେ | |

ରିପୋର୍ଟ ପ୍ରସନ୍ନ କୁମାର ଦାସ