You are currently viewing ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ
ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ଧରାକୋଟ,16/12/23
ମୁଣ୍ଡମରାଇ ସ୍ଥିତ ସୋମନାଥ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଚାଲିଥିବା ଆମ ଓଡିଶା ନବୀନ ଓଡିଶା ଅନ୍ତର୍ଗତ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଦିଗାମ୍ବର ବିଷୋୟୀ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ଅତିଥି ଭାବରେ ଅନନ୍ତ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଧରାକୋଟ ର ଅଧ୍ୟକ୍ଷ ଅକ୍ଷୟ ପଟନାୟକ ଯୋଗଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ମତ ରଖିଥିଲେ । ସେହିପରି ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ଶତପଥୀ, ଉମା ଚରଣ ପାଣିଗ୍ରାହୀ,ଅଧ୍ୟାପକ ଶଙ୍କର ସାହୁ ଓ ଅଧ୍ୟାପିକା ମମତା ରାଣୀ ସାବତ ମଞ୍ଚାସିନ ରହି ଛାତ୍ର ଛାତ୍ରୀ ମାନଙ୍କ ଚରିତ୍ର ଗଠନ,ସମାଜ ପାଇଁ ଯୁବପିଢୀ ର ଆବଶ୍ୟକତା ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ନୋଡାଲ ଅଫିସର ରଞ୍ଜନ କୁମାର ପଟଯୋଷୀ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଦୂର୍ଗା ପ୍ରସାଦ ଆଚାରି ସଭା ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ମନୋଏକ୍ସନ,ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଶେଷରେ ମୁଖ୍ୟ ଅତିଥି ପୁରସ୍କାର ବିତରଣ କରିଥିଲେ ।