You are currently viewing ପଣ୍ଡିତ ବାଇକୋଳି ଙ୍କ 115 ତମ ଜୟନ୍ତୀଜ୍ୟୋତିର୍ବିଦ ପଣ୍ଡିତ ସୁଦେର୍ଶନ ତ୍ରିପାଠୀ ଙ୍କୁ ଦିଆଯିବ ବାଇକୋଳି ସମ୍ମାନ |
ପଣ୍ଡିତ ବାଇକୋଳି ଙ୍କ 115 ତମ ଜୟନ୍ତୀଜ୍ୟୋତିର୍ବିଦ ପଣ୍ଡିତ ସୁଦେର୍ଶନ ତ୍ରିପାଠୀ ଙ୍କୁ ଦିଆଯିବ ବାଇକୋଳି ସମ୍ମାନ |

ଖଲ୍ଲିକୋଟ ;28/12 ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଜ୍ୟୋତର୍ବିଦ ପଣ୍ଡିତ ବାଇକୋଳି ଙ୍କ 115 ତମ ଜୟନ୍ତୀ ସମାରୋହ ଅବସର ରେ ପାରଳାଖେମୁଣ୍ଡି ସ୍ଥିତ ସଂସ୍କୃତ ମହାବିଦ୍ୟାଳୟ ର ପ୍ରଧ୍ୟାପକ ଓ ଜ୍ୟୋତିର୍ବିଦ ପଣ୍ଡିତ ସୁଦର୍ଶନ ତ୍ରିପାଠୀ ଙ୍କୁ ଚଳିତ ବର୍ଷ ର ବାଇକୋଳି ସମ୍ମାନ କରାଯିବ ବୋଲି ଖଲ୍ଲିକୋଟ ସ୍ଥିତ ପୁଣ୍ୟାଶ୍ଳୋକ ପଣ୍ଡିତ ବାଇକୋଳି ବିଶାରଦ ସ୍ମୃତି କମିଟି ତରଫରୁ ନିଷ୍ପତି ନିଆଯାଇଥିବା ପ୍ରକାଶ |ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ବାଇକୋଳି ସ୍ମୃତି କମିଟି ର ସଭାପତି ଶିକ୍ଷାବିତ ପୂର୍ଣ୍ଣ ଚନ୍ଦ୍ର ରଥ ପଣ୍ଡିତ ସୁଦର୍ଶନ ତ୍ରିପାଠୀ ଅବିଭକ୍ତ ଗଞ୍ଜାମ ଜିଲ୍ଲା ର ଜଣେ ଲବ୍ଧ ପ୍ରତିଷ୍ଠିତ ତଥା ସୁନାମ ଧନ୍ୟ ଜ୍ୟୋତିର୍ବିଦ ଭାବେ ପରିଚିତ ଓ ଶ୍ରୀ ତ୍ରିପାଠୀ ବହୁ ଉପାଦେୟ ଜ୍ୟୋତିଷ ଶାସ୍ତ୍ର ର ଗବେଷଣା କରିବା ସହ ବହୁ ମୂଲ୍ୟବାନ ଗ୍ରନ୍ଥ ରଚନା କରିଛନ୍ତି |ତେଣୁ ତାଙ୍କୁ ଚଳିତ ବର୍ଷ ର ବାଇକୋଳି ସମ୍ମାନ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି |ଉକ୍ତ ବୈଠକ ରେ ସ୍ମୃତି କମିଟି ର ସମ୍ପାଦକ ଡ଼ଃ ଜଗଦୀଶ କୁମାର ପାଲ,ଶୀଳ୍ପୀ ସମ୍ରାଟ ପଞ୍ଚାନନ ସୁର, କବି ପ୍ରଭାତ କୁମାର ତ୍ରିପାଠୀ, ଆଇନଜୀବୀ କୃଷ୍ଣ ଚନ୍ଦ୍ର ପଣ୍ଡା, ସାମ୍ବାଦିକ ଅଶୋକ କୁମାର ତ୍ରିପାଠୀ ଡାକ୍ତର ହରପ୍ରସାଦ ମହାପାତ୍ର ସମେତ ସ୍ଥାନୀୟ ଆର ସି ଏମ କଲେଜ ର ଅଧ୍ୟାପିକା ସନ୍ଧ୍ୟାରାଣୀ ତ୍ରିପାଠୀ ଓ ବରିଷ୍ଠ ସାମ୍ବାଦିକ ମାଧବ ବେହେରା ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ |