ତାରିଖ : ୧୨/୧୧/୨୦୨୪
ପୁରୀ :- ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ନିମୋନିଆ ଦିବସ ପାଳିତ ହୋଇଛି । ଏହି ଅବସରରେ ଏକ କ୍ୟାନୋପିକୁ (canopy) ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ବିରଜା ଶଙ୍କର ରଥ ଉଦଘାଟନ କରିଛନ୍ତି। ନିମୋନିଆ ରୋଗର ସଚେତନତା ସୃଷ୍ଟି କରିବା ପାଇଁ ଆଜିଠାରୁ ସାନ୍ସ (SAANS) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ଚାଲୁରହିବ। ନିମୋନିଆ ହେଉଛି ଶିଶୁ ମୃତ୍ୟୁର ଏକ ପ୍ରମୁଖ କାରଣ। ଶିଶୁର ପିତାମାତାଙ୍କୁ ନିମୋନିଆ ରୋଗ ଉପରେ ସଚେତନ କରାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ମାନେ ମମତା ଦିବସରେ ଓ ଗୃହ ପରିଦର୍ଶନ ସମୟରେ ଶିଶୁ ମାନଙ୍କର ପିତାମାତା ଓ ପରିବାରର ଅନ୍ୟ ସଦସ୍ୟ ମାନଙ୍କୁ ଏହି ନିମୋନିଆ ରୋଗର ଲକ୍ଷଣ ଓ ତା’ର ପ୍ରତିକାର ଉପରେ ସଚେତନ କରାଇବେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ପବିତ୍ର ମୋହନ ମଲ୍ଲିକ, ଡାକ୍ତର ଅର୍ଚନା ପଟ୍ଟନାୟକ,ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଟି ନାରାୟଣ ରାଓ, ଶ୍ରୀ ବିଜୟ କୁମାର ନାୟକ, ଶ୍ରୀ ବେଣୁଧର ନାୟକ, ଶ୍ରୀ ଅନମୋଲ ମହାନ୍ତି, ଶ୍ରୀମତୀ ପୁଷ୍ପଲତା ବେହେରା ଓ ମନୋଜ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
