କୋଦଳା : ୨୮/୧୨ /୨୦୨୨
କାର୍ଯ୍ୟଦକ୍ଷତା, କର୍ତ୍ତବ୍ୟନିଷ୍ଠତା ଓ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କୁ ଉତ୍ତମ ସେବା ଯୋଗାଇ କୋଦଳା ଥାନା ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ରାଜ୍ୟ ଅପରାଧ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରଥମ କରି ୨୦୨୨ରେ ରାଜ୍ୟର ୬୪୩ ଥାନାର ବିଭିନ୍ନ କାର୍ଯ୍ୟର ସମୀକ୍ଷା ଲାଗି ପ୍ରସ୍ତୁତ କରାଯାଇଥିବା ‘ପ୍ରଗତି ଡେସ ବୋର୍ଡ’ରେ କୋଦଳା ଥାନା ଦିତୀୟ ସ୍ଥାନରେ ରହିଛି। ବିଭିନ୍ନ କାର୍ଯ୍ୟ ଲାଗି ରାଜ୍ୟ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ପକ୍ଷରୁ କରାଯାଇଥିବା ସର୍ଭେରେ ଏହି ଥାନା ୧୦୦ରୁ ୯୩.୯୯ ଅଂକ ହାସଲ କରିଥିବା ବେଳେ ୯୪.୫୪ ଅଙ୍କ ହାସଲ କରି ପ୍ରଥମ ସ୍ଥାନରେ ଆସିକା ଥାନା ରହିଛି । ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ଅଭିଯୋଗକୁ ଗ୍ରହଣ କରିବା ଠାରୁ ଆରମ୍ଭ କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ପର୍ଯ୍ୟନ୍ତ ଏବଂ ମାମଲାର ତଦନ୍ତ କରି ଅଭିଯୋଗ ଫର୍ଦ୍ଦ ଦାଖଲ ପୂର୍ବକ ଅଭିଯୁକ୍ତଙ୍କୁ ଉପଯୁକ୍ତ ଦଣ୍ଡ ପାଇବା ପର୍ଯ୍ୟନ୍ତ, ଅଭିଯୋଗ ମିଳିବାର ସର୍ବନିମ୍ନ ସମୟ ମଧ୍ୟରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା , ଯେ କୌଣସି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ହଜିଗଲେ ଷ୍ଟେଶନ ଡାଇରି କରି ଅଭିଯୋଗକାରୀଙ୍କୁ ଏହାର ନକଲ ପ୍ରଦାନ, ଉତ୍ସବ ଅନୁଷ୍ଠାନ ଲାଗି ଅନୁମତି, ଡାକବାଜି ଯନ୍ତ୍ର ଓ ଡିଜେ ବଜାଇବା ଲାଗି ଅନୁମତି କ୍ଷେତ୍ରରେ ସର୍ବନିମ୍ନ ସମୟ ସୀମାର ଅନୁମତିପତ୍ର ପ୍ରଦାନ ଆଦି କାର୍ଯ୍ୟର ସମୀକ୍ଷା ଆଧାରରେ କୋଦଳା ଥାନା ଦିତୀୟରେ ରହିଛି।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
