You are currently viewing ଅଗ୍ନି ବିପର୍ଣ୍ଣ ଙ୍କୁ ଭେଟିଲେ ପ୍ରତାପ ନାୟକ।
ଅଗ୍ନି ବିପର୍ଣ୍ଣ ଙ୍କୁ ଭେଟିଲେ ପ୍ରତାପ ନାୟକ।

ଗୁଡିଆଳି ଅଗ୍ନିକାଣ୍ଡ ଘଟଣା ପରେ ବିପନ୍ନଙ୍କ ପାଖକୁ ନେତାଙ୍କ ସୁଅ ଛୁଟୁଛି। ସହାୟତା ପ୍ରଦାନ କରିବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରୁଛନ୍ତି ରାଜନେତା।
ଆଜି ବିଜେପି ନେତା ପ୍ରତାପ ନାୟକଙ୍କ ନେତୃତ୍ବରେ ବିଜେପିର ଏକ ଟିମ୍ ବେଗୁନିଆପଡ଼ା ଗୁଡିଆଳିରେ ପହଞ୍ଚି ଅଗ୍ନି ବିପନ୍ନଙ୍କୁ ଭେଟିବା ସହ ସହାୟତା ପ୍ରଦାନ କରିଥିବା ଜଣାପଡିଛି। ଗତକାଲି ଅଗ୍ନିକାଣ୍ଡରେ ୯ ଟି ପରିବାରର ୧୫ ବଖରା ଘର ଜଳିପୋଡ଼ି ନଷ୍ଟ ହୋଇ ଯାଇଛି ।ତେବେ କ୍ଷତିଗ୍ରସ୍ତଙ୍କ ସମସ୍ଯା ଓ ସମାଧାନ ଦିଗରେ ପ୍ରଶାସନ ଉପରେ ଅଙ୍ଗଳୁ ଉଠାଇଛନ୍ତି ବିଜେପି ନେତା ପ୍ରତାପ ନାୟକ ।
ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଜେ ମ ଜେ ନିୟୁଜ ।