You are currently viewing ବାଲିପଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୨୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ
ବାଲିପଡ଼ା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ୨୪ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଗଞ୍ଜାମ, ୧ ୪/୦୧ : ବୁଧବାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶ୍ରୀ ଗୁରୁଜୀ ବିହାର, ବାଲିପଡ଼ା ପରିସରରେ ୨୪ତମ ବାର୍ଷିକ ଉତ୍ସବ ମହାସମାରୋହରେ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଉତ୍ସବକୁ ବନ୍ଦନା ସହ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଉତ୍ସବର ମୁଖ୍ୟ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ଡା,ଅଧ୍ଯକ୍ଷ ମାନନୀୟ ଶ୍ରୀଯୁକ୍ତ ହରିମୋହନ ଜେନା ସଭାପତି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ବାଲିପଡ଼ା

ସମ୍ମାନିତ ଅତିଥି: ମାନନୀୟ ଶ୍ରୀଯୁକ୍ତ ସନ୍ତୋଷ କୁମାର ମହାପାତ୍ର (ଗୋଷ୍ଠୀ ଶିକ୍ଷାଧୁକାରୀ, କୁକୁଡ଼ାଖଣ୍ଡି ବ୍ଳକ )ସମ୍ମାନିତ ଅତିଥି: ମାନନୀୟ ଶ୍ରୀଯୁକ୍ତ ଡ଼.ପ୍ରସନ୍ନ କୁମାର ବିଷୋୟୀ (ଅଧ୍ଯକ୍ଷ,ମହୁରୀ କାଳୁଆ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ, ବାଲିପଡ଼ା)ମୁଖ୍ୟ ବକ୍ତା: ମାନନୀୟ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ପଣ୍ଡା (ପ୍ରାକ୍ତନ ପ୍ରାଧ୍ୟାପକ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ, ଗଞ୍ଜାମ ମହାବିଦ୍ୟାଳୟ, ଗଞ୍ଜାମ) ଉପଦେଷ୍ଟା ସଞ୍ଜୟ କୁମାର ପାଣିଗ୍ରାହୀ,ସମ୍ପାଦକ ଟୁକୁନା ବିଷୋୟୀ, ବାଲିପଡ଼ା

ଶିଶୁ ବିଦ୍ୟା ମନ୍ଦିର କୁ ପ୍ରଥମେ ଗଢ଼ିଥିବା ପୂର୍ବତନ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଈଶ୍ୱର ଭୂୟାଁ, କରିଥିବା ବେଳେ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ ବର୍ତମାନ ର ପ୍ରଧାନ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମିଶ୍ର,ଏହି ଉତ୍ସବ ରେ ଛାତ୍ର, ଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ସଂସ୍କୃତି କାର୍ଯ୍ୟକ୍ରମ କରାଯାଇଥିଲା।ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ୫୦୦ ରୁ ଊର୍ଦୁ ଅଭିଭାବକ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ପରିଚାଳନା ସମିତିର କାର୍ଯ୍ୟକର୍ରା, ସମସ୍ତ ଗୁରୁଜୀ ଗୁରୁମା, ସେବକ ସେବିକା, ଏହି ବାର୍ଷିକ ଉତ୍ସବ ରେ ସହଯୋଗ କରିଥିଲେ।

0-0x0-0-0#