You are currently viewing ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ବୁଧବାର କୋର୍ଟ ପରିସରରେ ବୁଧବାର ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ମାଜିଷ୍ଟ୍ରେଟ ତଥା ଆଇନ ସେବା କମିଟି ଅଧ୍ୟକ୍ଷା ପ୍ରିୟଦର୍ଶିନୀ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଯୋଗ ଶିବିରରେ କୋର୍ଟର ସମସ୍ତ କର୍ମଚାରୀ ଏବଂ ବହୁ ସଂଖ୍ୟକ ଆଇନଜୀବି ଉପସ୍ଥିତ ରହି ଯୋଗ ଓ ପ୍ରାଣାୟାମ କରିଥିଲେ । ଭାରତୀୟ ଯୋଗ ଦର୍ଶନ ଏବଂ ଯୋଗର ଉପଯୋଗିତା ବିଷୟରେ ମାଜିଷ୍ଟ୍ରେଟ ଆଲୋକପାତ କରିଥିଲେ । ଖେମୁଣ୍ଡି ଓକିଲ ସଂଘ ସଭାପତି ଲକ୍ଷ୍ମୀ ନାରାୟଣ ପାଢ଼ୀ ,ଓକିଲ ସଂଘର ପୂର୍ବତନ ସମ୍ପାଦକ ହରପ୍ରସାଦ ରଥ ବିଭିନ୍ନ ଯୋଗ ପ୍ରାଣାୟାମ ସମ୍ପର୍କରେ ତାଲିମ ପ୍ରଦାନ କରିଥିଲେ। କୋର୍ଟ କର୍ମଚାରୀ ଶିବରାମ ସାହୁ, ଅଞ୍ଜଳି ମହାରଣା , ସତ୍ୟନାରାୟଣ ପାଢ଼ୀ, ସଂଗ୍ରାମ କେଶରୀ ପଣ୍ଡା, ଅଶ୍ଵିନୀ କୁମାର ପଟ୍ଟନାୟକ , ସସ୍ମିତା ମହାରଣା, ପୂର୍ଣ୍ଣଚନ୍ଦ୍ର ପାତ୍ର,ବିକ୍ରମ ବେହେରା , ଓ ପୋଲିସ କର୍ମଚାରୀ ଗୀତା ସେଠୀ ,ଗଣେଶ ନାହାକ , ଚେନେୟା ରେଡ୍ଡୀ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ। (ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା )