You are currently viewing ରାମଜୀ ମହାବିଦ୍ୟାଳୟରେ ଇଂରାଜୀ ବିଭାଗ ତରଫରୁ ” ଲିଟରେଚର ଇଜ୍ ଦି ମିରର୍ ଅଫ୍ ସୋସାଇଟି” ସଂନ୍ଧର୍ଭ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ।
ରାମଜୀ ମହାବିଦ୍ୟାଳୟରେ ଇଂରାଜୀ ବିଭାଗ ତରଫରୁ ” ଲିଟରେଚର ଇଜ୍ ଦି ମିରର୍ ଅଫ୍ ସୋସାଇଟି” ସଂନ୍ଧର୍ଭ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ।

ଦିଗପହଣ୍ଡି , ୧୭/୦୧ -:- ଭିଷ୍ମଗିରୀସ୍ଥିତ ରାମଜୀ ମହାବିଦ୍ୟାଳୟରେ ନୂତନ ଭାବେ ଖୋଲାଯାଇଥିବା ଇଂରାଜୀ ବିଭାଗ ତରଫରୁ ” ଲିଟରେଚର ଇଜ୍ ଦି ମିରର୍ ଅଫ୍ ସୋସାଇଟି” ସଂନ୍ଧର୍ଭ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନିହାର ରଂଜନ କରଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ଯବକ୍ତା ରୂପେ ରାମଜୀ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବସନ୍ତ କୁମାର ସାମନ୍ତ ଏବଂ ମୁଖ୍ଯ ବକ୍ତା ରୂପେ ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟର ପ୍ରାକ୍ତନ ଇଂରାଜୀ ପ୍ରାଧ୍ୟାପକ ଡଃ.. ଶଙ୍କର ପ୍ରସାଦ ପାଢୀ, ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ଯକ୍ରମ ପ୍ରାରମ୍ଭରେ ଇଂରାଜୀ ବିଭାଗୀୟ ମୁଖ୍ଯ ଶ୍ରୀ ରଞ୍ଜନ କୁମାର ଗୌଡ ଅତିଥି ପରିଚୟ ପ୍ରଦାନ କରିଥିଲେ ।ପରବର୍ତ୍ତୀ ପର୍ଯାୟରେ ଛାତ୍ରଛାତ୍ରୀମାନେ ସ୍ବରଚିତ ସଂନ୍ଧର୍ଭ ପାଠ କରିଥିଲେ । କାର୍ଯ୍ଯକ୍ରମ ପରିଚାଳନାରେ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା, କୁମାରୀ ପ୍ରିୟଦର୍ଶିନୀ ପ୍ରଧାନ ,ଟୁନା ବେହେରା ପ୍ରମୁଖ ସହଯୋଗ କରିଥିଲେ ।ଏହି ଅବସରରେ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସଭା ଶେଷରେ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀ ହରିଶ୍ଚନ୍ଦ୍ର ପାଇକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।