You are currently viewing ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ
ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ

ଅନ୍ୟତମ ଅଥିଭାବେ ଜିଲ୍ଲାପରିଷଦ ଅତିରିକ୍ତ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଆଶିଷ ରଞ୍ଜନ ସାହୁ କହିଥିଲେ ଖବରକୁ ପରଖିବା ପାଇଁ ଏଆଇର ଉପଯୋଗ କରାଯାଇପାରିଲାଣି । ଫ୍ୟାକ୍ଟ ଚେକିଂ ଆପ୍ ସହାୟତାରେ ବିଭିନ୍ନ ଭ୍ରମାତ୍ମକ ଫଟୋ, ଭିଡିଓର ଯାଞ୍ଚ କରାଯାଇ ପାରିବ। ସଠିକ୍ ଖବର ହିଁ ସମାଜ ଗଠନରେ ସହାୟକ ହୁଏ। ଢେଙ୍କାନାଳର ଉନ୍ନତି ପାଇଁ ଜିଲ୍ଲାର ସାମ୍ବାଦିକମାନେ ନିଷ୍ଠାପରଭାବେ କାର୍ଯ୍ୟ କରୁଛନ୍ତି । ଯାହା ଜିଲ୍ଲାର ଉନ୍ନତିକୁ ଆଗେଇ ନେବାରେ ସହାୟ ହେଉଛି ବୋଲି କହିଥିଲେ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଅଭିଷେକ ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପୂର୍ବତନ ଡିଆଇପିଆରଓ ପିକେ ମହାନ୍ତି, ସାମ୍ବାଦିକ ପ୍ରଦ୍ୟୁମ୍ନ ରଥ, ଅମିୟ ଚାନ୍ଦ, ରତନ ନାୟର, ଶିଶିର କୁମାର ଶତପଥୀ, ଆଶିଷ ରଞ୍ଜନ ଶତପଥୀ, ଲକ୍ଷ୍ମୀକାନ୍ତ ସାହୁ, ଶ୍ରୀବାସ କୁମାର ନାୟକ ପ୍ରମୁଖ ଭ୍ରମାତ୍ମକ ଖବର ପରିବେଷଣ ଓ ଗଣମାଧମର ବିଶ୍ବସନୀୟତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ପରିଚାଳନା ଶ୍ରୀ ସୁଶାନ୍ତ ପାଣି କରିଥିଲେ l