ଧରାକୋଟ,8/7/24
ଧରାକୋଟ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନସ୍ଥ ରୁଗୁମୁ ଆଞ୍ଚଳିକ ସାଧନ କେନ୍ଦ୍ରର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ତରଫରୁ ରୁଗୁମୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଚୀରାଓ ଦୋରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ସେ ତାଙ୍କର 37 ବର୍ଷର କାର୍ଯ୍ୟକାଳ ମଧ୍ୟରେ ସିଙ୍ଗିପୁର, ବରଡ଼ାବିଲି, ଦଶମାଇଲି ଏବଂ ଶେଷରେ ରୁଗୁମୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷକ ଭାବରେ ସୁଚାରୁ ରୂପେ କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଏକ ବୈଠକରେ ଅତିଥି ଭାବରେ ବି ଇ ଓ ଲିଙ୍ଗରାଜ ସ୍ବାଇଁ ଡାଇଟ ଖଲିକୋଟ ର ବରିଷ୍ଠ ପ୍ରଶାସକ ବିଷ୍ଣୁ ନାରାୟଣ ଜେନା, ବି ଆର ସି ସି ପ୍ରଦୀପ କୁମାର ଶତପଥୀ, ଏ ବି ଇ ଓ ସୀମାଞ୍ଚଳ ବେହେରା,ବିଭୂତି ଭୂଷଣ ପାତ୍ର,ଶିକ୍ଷାବିତ ଦୀନବନ୍ଧୁ ପ୍ରଧାନ, ଉମା ଚରଣ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ତାଙ୍କର ସୁସ୍ଥ,ନିରାମୟ ଓ ଦୀର୍ଘ ଜୀବନ କାମନା କରିଥିଲେ। ପ୍ରଧାନ ଶିକ୍ଷକ ଅମୂଲ୍ୟ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ସି ଆର ସି ସି କାଳୁ ଚରଣ ଗୌଡ଼ ଧନ୍ୟବାଦ ଅର୍ପଣ କରିଥିଲେ।
