You are currently viewing ପୁରୁଷୋତ୍ତମପୁର ତହସିଲଦାର ହେଲେ ବିନୋଦ କୁମାର ବେହେରା
ପୁରୁଷୋତ୍ତମପୁର ତହସିଲଦାର ହେଲେ ବିନୋଦ କୁମାର ବେହେରା

ପୁରୁଷୋତ୍ତମପୁର ତହସିଲ ଦାର ଭାବେ ସୁଶ୍ରୀ ଲୋପାମୁଦ୍ରା ରଥ ଗତ 26/10/ 2023 ତାରିଖ ରେ ଜଏନ ହୋଈ ଦାୟିତ୍ୱ ନେଇଥିଲେ | ସେହିଁ ଦିନ ଠାରୁ ସେ ତହସିଲ ର ବହୁତ କାମ କରି ଆସିଛନ୍ତି | ଲୋକମାନେ ପାଇବାକୁ ଥିବା ଗ୍ରାମକଣ୍ଟକ ପଟା ହେଉ କିମ୍ବା ଅନ୍ୟକିଛି କାମ ହେଉ | ତେବେ ଛତ୍ରପୁର କିମ୍ବା ଫିଲଡ଼ କାମରେ ବ୍ୟସ୍ତ ରହୁଥିବା ଯୋଗୁଁ ସେ କିଛି ଦିନ ଅଫିସରେ ଅନୁପସ୍ଥିତ ରହୁଥିଲେ | ଯାହା ଫଳରେଲୋକ ମାନଙ୍କ ବହୁ କାମ ଅଟକି ରହିଯାଉଥିଲା | ତେବେ ସେପୁଣି ଅଫିସ ଆସିଲେ ବାକି କାମ ଗୁଡିକୁ କରୁଥିଲେ | ଏହା ପୂର୍ବରୁ ଏହି ତହସିଲ ଅଫିସିରେ ଦୁଈ ଜଣ ଅତିରିକ୍ତ ତହସିଲଦାର ରହୁଥିଲେ, ଯାହା ଫଳରେ ଲୋକଙ୍କ ବିଭିର୍ଣ୍ଣ କାମ ଠିକ ଭାବେ ହୋଈ ପାରୁଥିଲା | କିନ୍ତୁ ଏଇ କିଛି ବର୍ଷ ହେଲା ସେହିଁ ପାଦ ଖାଲି ରହିଥିବାରୁ ଲୋକଙ୍କ ବହୁ ଅସୁବିଧା ହେଉଅଛି | ତେବେ ସୁଶ୍ରୀ ଲୋପା ମୁଦ୍ରା ରଥ ଏହିଠାରୁ ଡେପୁଟି କଲେକ୍ଟର ଭାବେ ଛତ୍ରପୁର ଯାଇଥିଲା ବେଳେ ଏଠାକୁ ଭୁବନେଶ୍ୱର ମହାନଗର ନିଗମରେ ଡେପୁଟି କମିଶନର ଥିବା ବିନୋଦ କୁମାର ବେହେରା ପୁରୁଷୋତ୍ତମପୁର ତହସିଲଦାର ଭାବେ ଜଏନ ହେବେ | ଶ୍ରୀ ବେହେରା ମଧ୍ୟ ଜଣେ ଭଲ ଅଫିସର ଭାବେ ତାଙ୍କର ଖ୍ୟାତି ରହିଛି | ଏବଂ ଏହି ତହସିଲ ସହିତ ଅନ୍ୟନ୍ୟ କାମକୁ ମଧ୍ୟ ସେ ଠିକ ଭାବେ ତୁଲାଇ ପାରିବେ ବୋଲି ଭୁବନେଶ୍ୱର ଅଫିସିରୁ ତାଙ୍କର ବିଶ୍ୱସ୍ତ ଲୋକ ଙ୍କ ଠାରୁ ସୂଚନା ମିଳିଛି | ତେବେ ସେ ଆସନ୍ତା କାଲି କିମ୍ବା ସୋମବାର ଦିନ ଆସି କାର୍ଯ୍ୟରେ ଯୋଗଦେବେବୋଲି ଜଣା ପଡିଛି | ରିପୋର୍ଟ ପ୍ରସନ୍ନ କୁମାର ଦାସ