ଖଲ୍ଲିକୋଟ :15 / 12 ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ତିନି ଥର ନଗରପାଳ ଭାବେ ନିର୍ବାଚିତ ହୋଇଥିବା ଓ ବରିଷ୍ଟ ଆଇନଜୀବୀ ସ୍ବର୍ଗତ ବନ ବିହାରୀ ଦାସ ଙ୍କ 72 ତମ ଜୟନ୍ତୀ ଅବସର ରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି |

ଆୟୋଜିତ ରକ୍ତ ଦାନ ଶିବିର ରେ 57 ୟୁନିଟ ରେ ରକ୍ତ ଦାତା ମାନଙ୍କ ଠାରୁ 58 ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା |ଉକ୍ତ ଜୟନ୍ତୀ କାର୍ଯ୍ୟକ୍ରମ ରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠି, ପୂର୍ବତନ କାଉ ନସିଲର ବିପିନ ବିହାରୀ ସାମନ୍ତ, ସ୍ବର୍ଗତ ଦାସ ଙ୍କ ସହ ଧର୍ମିଣୀ କନକ ଲତା ସାମନ୍ତ ଓ ପରିବାର ସଦସ୍ୟ ଙ୍କ ସମେତ ନଗର ବିଜେଡି ସଭାପତି ନରେନ୍ଦ୍ର କୁମାର ପାତ୍ର ପୂର୍ବତନ ଉପ ନଗରପାଳ ଚିତ୍ତରଞ୍ଜନ ମାଝି ଓ ସକଳେଶ୍ୱର ରଥ ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ବନ ବିହାରୀ ଦାସ ଙ୍କ ରାଜନୈର୍ତ୍ତିକ ସାମାଜିକ ତଥା ତାଙ୍କ ଅଇନ ପେସା ସମ୍ପର୍କ ରେ ଆଲୋକପାତ କରି ସ୍ମୃତି ଚାରଣ କରିଥିଲେ |

ରିପୋର୍ଟ ମାଧବ ବେହେରା
