You are currently viewing ଗ୍ୟାସ ସିଲିଣ୍ଡର ଲିକ୍ ରେ ନିଆ ଲାଗି ୩ ବଖରା ପୋଡି ପାଉଁଶ ।
ଗ୍ୟାସ ସିଲିଣ୍ଡର ଲିକ୍ ରେ ନିଆ ଲାଗି ୩ ବଖରା ପୋଡି ପାଉଁଶ ।

ପୁରୁଷୋତ୍ତମପୁର,୧୯/୦୧ – ( ପ୍ରସନ୍ନ କୁମାର ଦାସ ) -:- ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ବଡଖରିଡା ଗ୍ରାମରେ ଦୁଇଜଣ ବ୍ୟକ୍ତିଙ୍କ ର ୩ ବଖରା ଘର ପୋଡି ପାଉଁଶ ହୋଇଯାଇଛି।ସୂଚନା ଅନୁସାରେ, ଏହି ଗ୍ରାମର ରଶ୍ମିତା ଗୌଡ ନାମକ ଜଣେ ମହିଳା ଆଜି ଡିଏସ ଏମ୍ ଏସ୍ ଜରିଆରେ
ପୁରୁଷୋତ୍ତମପୁର
ଗ୍ୟାସ କାଉଣ୍ଟର ରୁ ଇଣ୍ଡିଆନ ଗ୍ୟାସ ସିଲିଣ୍ଡର ନେଇଥିଲେ । ନିଜ ବାସଭବନରେ ରୋଷେଇ କରୁଥିବା ବେଳେ ହଠାତ ସିଲିଣ୍ଡର ରେ ନିଆ ଲାଗି ଚାଳ ଛପର ଘରେ ନିଆଲାଗିଯାଇଥିଲା ।ଏହା ପରେ ପଡୋଶୀ ଚିଞ୍ଚେଇ ଗୌଡ ଙ୍କ ଚାଳ ଘରେ ନିଆ ଲାଗି ଯାଇଥିଲା ।ସ୍ଥାନୀୟ ଜନସାଧାରଣ ନିଆ ଲିଭାଇବା ପାଇଁ ଚେଷ୍ଟା କରୁଥିବା ବେଳେ ୩ବଖରା ଘର ପୋଡିଯାଇଥିଲା ।ଖବର ପାଇ ପୁରୁଷୋତ୍ତମପୁର ଅଗ୍ନିଶମ ବାହାନୀ ନିଆ କୁ ଆୟତ୍ତ କରିଥିଲେ ।ସ୍ଥାନୀୟ ରାଜସ୍ବ ନିରିକ୍ଷକ କୁନି ମଲ୍ଲିକ ପହଞ୍ଚି କ୍ଷୟକ୍ଷତି ଆକଳନ କରିଛନ୍ତି ।ରଶ୍ମିତା ଗୌଡ ଅଭିଯୋଗ ,ତାଙ୍କୁ ଗ୍ୟାସ ସିଲିଣ୍ଡର ଦେବା ବେଳେ ଚେକିଂ ନକରି ଦେଇଥିବା କହିଛନ୍ତି ।