ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡା ଗ୍ରାମ ରେ ଦୀର୍ଘବର୍ଷ ହେଲା ସିନସେଟିଭ ସ୍ଥାନ ଯଥା ଶିକ୍ଷାନୁଷ୍ଠାନ, ଓ ବେଙ୍କ ପଖରେ ମଦ ଭାଟି ରହିଥିବାରୁ ସ୍ୱୟଂ ସହାୟିକା ମହିଳା ମାନେ ପାଟିତୁଣ୍ଡ କରି ଛନ୍ତି |ଏହା ପୂର୍ବରୁ ସେମାନେ ଗଞ୍ଜାମ ଜିଲ୍ଲପାଳ ଓ ଅବକାରୀ ସୁପର ଟେଣ୍ଡେଣ୍ଡ ଓ ମାନ୍ୟବର ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଦରଖାସ୍ତ ଦେଇଛନ୍ତି | ହେଲେ ସେମାନେ କଣ କରିବେ ସେକଥା ଅଲଗା ହେଲେ ଚିକିଟି ରେ ବିଷାକ୍ତ ମଦ ପିଇ ଦୁଇଜଣ ମୃତ୍ୟୁ ଓ 12 ଜଣ ଅସୁସ୍ଥ ଘଟଣା ପରେ ସେହି ଘଟଣା ର ପୁନରାବୃତ୍ତି ନହେବା ପାଇଁ ଆଜି ଅପରାହ୍ନ ରେ ସ୍ୱୟଂ ସହାୟିକା ମହିଳା ମାନେମଦ ଭାଟି ଆଗରେ ପାଟିତୁଣ୍ଡ କରିବା ସହ ଆନ୍ଦୋଳନ କରିଥିଲେ |

ଭାଟକୁମରଡା ଗ୍ରାମ ର ମେଇନ୍ ରୋଡ ଠାରେ ଥିବା ଶିକ୍ଷାନୁଷ୍ଠାନ ଓ ବେଙ୍କ ପାଖରେ ଉକ୍ତ ଦେଶୀ ମଦ ପ୍ରସ୍ତୁତକାରୀ ଭାଟି ଟି ରାଜ୍ୟ ରାଜପଥ ଠାରୁ କେବଳ ୧୦୦ ମିଟର ଦୂର ରେ ଅବସ୍ଥିତ । ଯାହାକି ସରକାରୀ ନିୟମ ର ଉଲଙ୍ଘନ କରୁଅଛି। ତଥାପି ସେଠାରେ ବହୁଦିନ ହେଲା ଖୋଲାମ ଖୋଲା ଭାଟି ଚାଲିଛି | ଖାଲି ସେତିକି ନୁହଁ ଏହି ଭାଟି ର ୫୦ମିଟର ଦୂର ରେ ଏସ୍.ବି.ଆଇ ବ୍ୟାଙ୍କ୍ ଓ 100ମିଟରଦୂରରେବିଜ୍ଞାନ ମହାବିଦ୍ୟାଳୟ ଅବସ୍ତିତ |

ପ୍ରତିଦିନ ଶହ ଶହ ଲୋକ ଉକ୍ତ ବ୍ୟାଙ୍କ୍ କୁ କାରବାର ପାଇଁ ଯିବା ଆସିବା କରିଥାନ୍ତି। ଏବଂ କଲେଜ ଓ ସ୍କୁଲ କୁ ସାହସହ ଛାତ୍ର, ଛାତ୍ରୀ ପାଠ ପଢିବାକୁ ଆସୁଥାନ୍ତି | ୨୦୦ ମିଟର ରେ ରହିଛି ଗାଁ ର ସରକାରୀ ହାଇସ୍କୁଲ, ଏହି ସ୍କୁଲ୍ , କଲେଜ ରେ ପ୍ରାୟ ୬୦୦ ଶହ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଧ୍ୟୟନ କରିବାକୁ ଆସନ୍ତି। ମଦ ଭାଟି ର ଅନ୍ୟ ଦିଗ ରେ ଘର ଦ୍ଵାର କରି ଲୋକେ ରହୁଛନ୍ତି ଏବଂ ଦୂଷିତ ବାୟୁ ପ୍ରଭାବର ଶିକାର ହେଉଛନ୍ତି।୨୦୦ ମିଟର ଦୂର ରେ ରହିଛି କନକା ଦୂର୍ଗା ମନ୍ଦିର | ସବୁବେଳେ ମାଙ୍କ ଦର୍ଶନ ପାଇଁ ଭକ୍ତ ଙ୍କ ସୁଅ ଛୁଟି ଥାଏ |

ଆଉ ତାର ସମ୍ମୁଖରେ ମଦ ଭାଟି ରହିଛି | ମଦରୁ ବାହାରୁ ଥିବା ଦୂଷିତ ତରଳ ବଜ୍ୟବସ୍ତୁ କେନାଲ କୁ ଛାଡ଼ିବା ଫଳ ରେ ସେଗୁଡିକ ପୋଖରୀ ରେ ପ୍ରବେଶ କରୁଛି,ଯାହାଫଳ ରେ ପୋଖରୀ ରେ ହେଉଥିବା ମାଛ ଚାଷ ରେ ମାଛ ଗୁଡ଼ିକ ମରିଯିବା ସହିତ ସେହି ପାଣି ଗାଧୋଇବାକୁ ଯାଇ ଲୋକମାନେ ବିଭିର୍ଣ୍ଣ ରୋଗରେ ଆକ୍ରାନ୍ତହେଉଥିବାରଦେଖିବାକୁ ମିଳୁଛି।ଏପଟେ ସାହି ର ଶେଷ ଭାଗ ରେ ମଦବିକ୍ରି ହେଉଥିବା ଯୋଗୁଁ ଗାଁ ର ଝିଅ ବୋହୁ ପୋଖରୀ କୁ ନିତ୍ୟକର୍ମ ପାଇଁ ଯିବା ଆସିବା ସମୟ ରେ ଅସାମାଜିକ ମଦ୍ୟପ ବ୍ୟକ୍ତି ଙ୍କ ଦୌରାତ୍ମ୍ୟର ଶିକାର ହେଉଛନ୍ତି।ଏନେଇ ଗାଁ ଲୋକେ ବହୁବାର ଅବକାରୀ ଅଫିସ,ଥାନା,ସରପଞ୍ଚ,ସମିତି ସଭ୍ୟ, ସ୍ଥାନୀୟ ବିଡ଼ିଓ ଙ୍କୁ ମଧ୍ୟ ଦରଖାସ୍ତ ଦେଇ କାକୁତି, ମିନତୀ କରି ସମସ୍ତଙ୍କୁ ଜଣାଇ ଥିଲେ ସୁଦ୍ଧା ସରକାରୀ ପ୍ରାପ୍ତ ମଦ ପ୍ରସ୍ତୁତ ଭାଟି ଟି କୁ ସ୍ଥାନାନ୍ତରିତ କରିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନଥିବା ଦେଖିବାକୁ ମିଳିଛି। ତେଣୁ ଆଜି ମହିଳା ଗ୍ରୁପର ସଦସ୍ୟ ମାନେ ପାଟିତୁଣ୍ଡ କରିଛନ୍ତି | ଯଦି ଆଗକୁ ଏପରି ଭାଟି ଚାଲେ ତେବେ ଆଗାମୀ ଦିନ ରେ ରାଜରାସ୍ତା କୁ ଓହ୍ଲାଇବେ ଏବଂ ସମ୍ପୂର୍ଣ ଭାଟିକୁ ଭାଙ୍ଗି ରୁଜି , ଛାର ଖାର କରିଦେବେ ବୋଲି ମହିଳା ମାନେ କହିଛନ୍ତି |

ତେବେ ମହିଳା ମାନଙ୍କୁ ପାଖରେ ବିଜେପିର ଭାଟ କୁମରଡ଼ା ମଣ୍ଡଳ ସଭାପତି ପ୍ରସନ୍ନ ବେହେରା ଙ୍କ ସହ ଭାଟ କୁମରଡ଼ା ସମିତି ସଭ୍ୟ କୋରନାଥ ସ୍ବାଇଁ, ସିମାଞ୍ଚଳ ଭୂୟାଁ, ପ୍ରତିମା ପାହାନ,ମୋଚିଆଣି ପୋଲାଈ, ବନୀତା ସାହୁ, ଝୁମୁରି ସ୍ବାଇଁ, ସଜନୀ ବେହେରା, ନୀଳାଞ୍ଚଳ ବେହେରା,ଅରୁଣ ସ୍ବାଇଁ, ସୁଭମ ପ୍ରଧାନ, ରାଜେଶ ବେହେରା,ଓଭାସ୍କର ସାହୁ, ପରମାନନ୍ଦ ସାହୁ, ମିଟୁ ବେହେରା, ସନ୍ତୋଷ ଜେନା, ଶ୍ରୀନୁ ସ୍ବାଇଁ, ସତ୍ୟନାରାୟଣ ବେହେରା ମହାଦେବ ପଣ୍ଡା, ସମସ୍ତ ୱାର୍ଡ ମେମ୍ବର ଙ୍କ ସହ ଅନ୍ୟ ବିଜେପି ସଦସ୍ୟ ଓ ଯୁବକ ମାନେ ସାହାଯ୍ୟ କରିଥିଲେ |
