You are currently viewing ଦିବ୍ଯାଗଂ ପିଲାମାନଙ୍କ ସହ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ପୋଲିସ କର୍ମଚାରୀ, ଯୋଗଦେଲେ ଥାନା ଅଧିକାରୀ
ଦିବ୍ଯାଗଂ ପିଲାମାନଙ୍କ ସହ ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ପୋଲିସ କର୍ମଚାରୀ, ଯୋଗଦେଲେ ଥାନା ଅଧିକାରୀ

କୋଦଳା (୨୦/୦୭ /୨୦୨୩)
ସମସ୍ତେ ନିଜେ ନିଜର ଜନ୍ମଦିନ ପାଳନ କୁ ମନେ ରଖିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରିଥାନ୍ତି | କିନ୍ତୁ କୋଦଳା ଥାନା ର କାର୍ଯ୍ୟରତ ପୋଲିସ କର୍ମଚାରୀ ରଶ୍ମି ରଞ୍ଜନ ପଣ୍ଡା କୋଦଳା ସ୍ଥିତ ଏକ ଦିବ୍ୟାଙ୍ଗ ବିଦ୍ୟାଳୟ ରେ ଦିବ୍ୟାଙ୍ଗ ଛାତ୍ର ଛାତ୍ରୀ ମାନଙ୍କ ସହ ମିଶି ନିଜ ଜନ୍ମଦିନ ପାଳନ କରି ଏକ ଭଲ ଉଦାହରଣ ସୃଷ୍ଟି କରିଛନ୍ତି | ଏହି କାର୍ଯ୍ୟକ୍ରମ କୁ ମନେ ରଖିବା ସହିତ ଛାତ୍ର ଛାତ୍ରୀ ଙ୍କୁ ଖୁସି ବାଣ୍ଟିବା ପାଇଁ ସେ ଏହି ଆୟୋଜନ କରିଥିବା ଜଣାଇଛନ୍ତି | ଏହି ଜନ୍ମଦିନର କ୍ୟାଣ୍ଡେଲ କାର୍ଯ୍ୟକ୍ରମ ରେ କୋଦଳା ଥାନା ଆଇଆଇସି ଉମାକାନ୍ତ ସାହୁ ଯୋଗ ଦେଇ ରଶ୍ମି ଙ୍କୁ ଜନ୍ମଦିନ ର ଶୁଭେଚ୍ଛା ଜଣାଇବା ସହ କୁନି କୁନି ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଉପସ୍ଥିତ ରହି ଖୁସି ବାଣ୍ଟିଥିବା ଦେଖାଦେଇଛି |ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।