You are currently viewing କେଶପୁର ମହାବିଦ୍ୟାଳୟ ରେ ମେଗା ରକ୍ତଦାନ ଶିବିର 413 ୟୁନିଟ ରକ୍ତ ସଂଗ୍ରହ
କେଶପୁର ମହାବିଦ୍ୟାଳୟ ରେ ମେଗା ରକ୍ତଦାନ ଶିବିର 413 ୟୁନିଟ ରକ୍ତ ସଂଗ୍ରହ

ଖଲ୍ଲିକୋଟ : 24/12 ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କେଶପୁର ଯୁକ୍ତ ତିନି ମହାବିଦ୍ୟାଳୟ ପରିସର ରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଓ ସମାଜସେବୀ ଏ ସନ୍ତୋଷ ପାତ୍ର ଙ୍କ ଜନ୍ମଦିନ ଅବସର ରେ ଏସ କେ ଏସ ପୁର ପଂଚାୟତ ର ସମିତି ସଭ୍ୟ ରାଜୁ ତରାଇ ଙ୍କ ତତ୍ୱାବଧାନ ରାମଚନ୍ଦ୍ରପୁର ଗ୍ରାମ ଓ ଖଲ୍ଲିକୋଟ ବ୍ଲକ ର ବିଭିନ୍ନ ପଂଚାୟତ ର ଯୁବକ ଓ ଛାତ୍ର ମାନଙ୍କ ସହଯୋଗ ରେ ଏକ ମେଗା ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି |ଆୟୋଜିତ ରକ୍ତ ଦାନ ଶିବିର ରେ 413 ଜଣ ଯୁବ ଛାତ୍ର ରକ୍ତ ଦାତା ରକ୍ତ ଦାନ କରିଥିଲେ |ରକ୍ତଦାନ ପାଇଁ ଯୁବ ଛାତ୍ର ଙ୍କ ମହଲ ରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା |

( ରିପୋର୍ଟ :ମାଧବ ବେହେରା ଖଲ୍ଲିକୋଟ )