You are currently viewing SBI ସି ଏସପି କେନ୍ଦ୍ର କୁ ସିଏସପି ପ୍ଲସ ରେ ସାମିଲ ପାଇଁ ଦାବିପତ୍ର
SBI ସି ଏସପି କେନ୍ଦ୍ର କୁ ସିଏସପି ପ୍ଲସ ରେ ସାମିଲ ପାଇଁ ଦାବିପତ୍ର

କୋଦଳା : ରାଜ୍ୟ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ କୁ ନେଇ ଓଡ଼ିଶାର ପ୍ରତେକ ପଞ୍ଚାୟତ ରେ ବ୍ୟାଙ୍କ ଶାଖା ଯଥା ସି ଏସପି ପ୍ଲସ ମାଧମରେ ବ୍ୟାକିଂକ ସେବା ଯୋଗାଇବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାକୁ ନେଇ ଆଜି ବେଗୁନିଆପଡା ବ୍ଲକର SBI ସିଏସପି ମାନେ ବ୍ଲକର ବିଡ଼ିଓ ଓ ତହସିଲଦାରଙ୍କୁ ରାଜ୍ୟ ସରକାର ଓ ଜିଲା ପ୍ରଶାସନଙ୍କ ଅଭିମୁଖେ ଦାବିପତ୍ର ପ୍ରଦାନ କରିଛନ୍ତି ଯେପରିକି ସେମାନଙ୍କୁ ଏଥିରେ ନିଯୁକ୍ତି ଦେଇ ସିଏସପି ପ୍ଲସ ରେ ଅନ୍ତଭୁକ୍ତ କରାଇବେ। ସେମାନେ ଅନେକ ବିଷୟ ଉପସ୍ଥାପନ କରିଛନ୍ତି ଯେପରିକି ବହୁ ଦିନ ଧରି ଜନସାଧାରଣ ଙ୍କୁ ବିନା ମୂଲ୍ୟ ରେ ସେବା ଯୋଗାଇଆସୁଛନ୍ତି। ଯେପରିକି ବାର୍ଦ୍ଧକ୍ୟ ଭତ୍ତା,ପିଏମ କିଷାନ,କାଳିଆ ଟଙ୍କା, ମନରେଗା ରେ ଆସିଥିବା ଶ୍ରମିକଙ୍କ ଟଙ୍କା ବିଜୁ ପକ୍କା ଘର,ଆବାସ ଯୋଜନାରେ ଆସିଥିବା ଟଙ୍କା ଏବଂ ଅନେକ ସରକାରୀ ସହାୟତା ରାଶି ଆଦି।ଏଥି ସହ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ,ସୁରକ୍ଷା ବୀମା ଯୋଜନା ସହ ଅଟଳ ପେନସନ ଜୋଜାନରେ ଅନ୍ତର୍ଭୁକ୍ତ କରାଇବା ଆଦି। ଏଣୁ ଏହା ଉପରେ ବିହିତ ଅନୁସନ୍ଧାନ କରି ନୂତନ ସିଏସ୍ପି ପ୍ଲସ ଦିଆଯାଇ ପୁରୁଣା ସିଏସପି ମାନଙ୍କୁ ସିଏସପି ପ୍ଲସ ରେ ଅନ୍ତର୍ଭୁକ୍ତ କରାନ୍ତୁ। ଏଥି ନିମନ୍ତେ ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସି ର ଅନେକ ସିଏସପି ଚାଳକ ଉପସ୍ଥିତ ଥିଲେ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।