You are currently viewing ବେଗୁନିଆପଡା ବ୍ଲକରେ ଅଧୁଷିତ ଅଂଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା
ବେଗୁନିଆପଡା ବ୍ଲକରେ ଅଧୁଷିତ ଅଂଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଖୀ, ଘୋଡାପଡା ଓ ଚନ୍ଦନପୁର ପଂଚାୟତର ଆଦିବାସୀ ଅଧ୍ୟୁଷିତ ଅଂଚଳ ବିଭିନ୍ନ ସମସ୍ୟା ଉପରେ ଆଜି ବେଗୁନିଆପଡା ବ୍ଲକ ପରିସରରେ ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କ ଅଧକ୍ଷତାରେ ଆଲୋଚନା କରାଯାଇଛି। ଏଥିରେ ଏବିଡ଼ିଓ ନିରଞ୍ଜନ ବେହେରା, କୋଦଳା ତହସିଲ ସୁପର ଭାଇଜର ବୈଦ୍ୟନାଥ ଗୌଡ଼, ଜି ପି ଇ ଓ ଅଶୋକ କୁମାର ଜେନା, ଏ ପି vଓ ରଞ୍ଜନ କୁମାର ନାହାକ, ମିତ ସଂଗଠନ ର ଉପଦେଷ୍ଟା ବିଜୟ ସ୍ୱାଇଁ ଯୋଗଦେଇ ଆଲୋଚନା କରିଥିଲେ। ଜଙ୍ଗଲ ଜମି ଶିରୋନାମା ପାଇ ଥିବା ସମସ୍ତ ଆଦିବାସୀ ପରିବାର କୁ ଜମି ସମତଳ, ଜଳ ସେଚନ, ମହୁ ଚାଷ, କୁକୁଡ଼ା ଚାଷ, ମୋ ଉପକାରୀ ବାଗିଚା ପ୍ରଭୁତି ସୁଯୋଗ ଦିଆଯାଉ, ଜମି ଡିମାରକେସନ କରି ଆର ଓ ଆର ଦେବାର ବ୍ୟବସ୍ଥା କରାଯିବା, ଜଙ୍ଗଲ ସୁରକ୍ଷା, ସଂରକ୍ଷଣ, ପୁନଃ ଜନନ ପରିଚାଳନା ଦାୟିତ୍ୱ ମିଳିବା, ମନରେଗା ଯୋଜନା ରେ 150 ଦିନ କାମ ଯୋଗାଇବା, ରାଇପଡା ଓ ଗାମଣ୍ଡା ଗ୍ରାମବାସୀଙ୍କୁ ଘର ପଟା ପ୍ରଦାନ କରିବା, ସମସ୍ତ ଆଦିବାସୀ ଗ୍ରାମକୁ ପାନୀୟ ଜଳ ଯୋଗାଇବା, ଜଳ ସେଚନ ସୁବିଧା କରିବା, ପି ଡି ଏସ ଚାଉଳ ପଂଚାୟତ ରେ ନ ଦେଇ ଆମ ଅଂଚଳରେ ପ୍ରଦାନ କରିବା, ପ୍ରତ୍ୟେକ ଗ୍ରାମରେ ସଭା ମଣ୍ଡପ ତିଆରି କରିବା, ମୋବାଇଲ ନେଟ ର ସୁବିଧା କରିବା, ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା କରିବା, ରାସନ କାର୍ଡ ରୁ ବଞ୍ଚିତ ହିତାଧିକାରୀ ଙ୍କୁ ଏଥିରେ ସଂଯୋଗ କରିବା ଆଦି ଅନେକ ସମସ୍ୟା ଉପରେ ଆଲୋଚନା କରାଯାଇ ବିହିତ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଏଥିରେ ଗାମଣ୍ଡା, ରାଇପଡା, ଡଭାବଣିଆ, ଯାନିବିଲି, ବଇଦି ପଡ଼ା, ପୋଡା ପଡ଼ା, ତାଳ ଖୋଲ, ତେଲି ମାଳ, ବାଙ୍କୀମାଳ, କରନ୍ଦା ଗଡ଼, ବିଇଞ୍ଚା ଆଦି ଗ୍ରାମର କମିଟି ବୃନ୍ଦ ଉପସ୍ଥିତ ରହିଥିଲେ ।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।