You are currently viewing ଅର୍ଥନୀତି ବିଭାଗରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ
ଅର୍ଥନୀତି ବିଭାଗରେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ତାରାତାରିଣୀ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଶେଷ ବର୍ଷର ଛାତ୍ର ଛାତ୍ରୀଙ୍କ ନିମନ୍ତେ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼କ୍ଟର ପ୍ରମୋଦ କୁମାର ଚୌଧୁରୀ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି । ସେ ଶୃଙ୍ଖଳିତ ଛାତ୍ରଛାତ୍ରୀ ହେବା ପାଇଁ ଓ ଆଧୁନିକ ପ୍ରଯୁକ୍ତି ବିଦ୍ୟାର ସଦୁପଯୋଗ କରି ଲକ୍ଷ୍ୟ ହାସଲ କରିବା ପାଇଁ ପରାମର୍ଶ ଦେଇଥିଲେ । ପ୍ରଥମ ବର୍ଷ ଛାତ୍ରୀ ଚନ୍ଦ୍ରିକା ପ୍ରଧାନ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ତୃତୀୟ ବର୍ଷ ଛାତ୍ର ତଥା ପାଠଚକ୍ର ସମ୍ପାଦକ ଶୁଭମ୍ ସାବତ ବିଭାଗର ବାର୍ଷିକ ବିବରଣୀ ପାଠ କରିଥିଲେ । ଏଥିରେ ବିଭାଗୀୟ ମୁଖ୍ୟ ଡ଼କ୍ଟର ଶ୍ରୀରାମ ମିଶ୍ର କଠିନ ପରିଶ୍ରମ ଦ୍ବାରା ଜୀବନ ରେ କିପରି ଲକ୍ଷ୍ୟ ହାସଲ କରିହେବ ବୋଲି ଉଦ୍ ବୋଧନ ଦେଇଥିଲେ । ଅଧ୍ୟାପିକା ସୁଶ୍ରୀ ମୀନାକ୍ଷୀ ଦାଶ ବିଦ୍ୟାର୍ଥୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ବିଭିନ୍ନ ପରାମର୍ଶ ଦେଇଥିଲେ । ଏହି ଅବସରରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ବର୍ଷର ଅନେକ ଛାତ୍ରଛାତ୍ରୀ ନିଜ ନିଜର ଅନୁଭୂତି କହିଥିଲେ । ଯୁବ ଅଧ୍ୟାପକ ପ୍ରସାଦ କୁମାର ବେହେରା ଙ୍କ ସମେତ ବିଭାଗର ସମସ୍ତ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରି ସଭାକାର୍ଯ୍ୟଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ପାଠଚକ୍ର ସହ -ସମ୍ପାଦକ ଗଙ୍ଗା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।