You are currently viewing ପୁଣ୍ୟାଶ୍ଳୋକ ବାଇ କୋଳି ଙ୍କ ଫଳିତ ଜ୍ୟୋତିଷ ଗଣନା ସର୍ବୋତମ ଓ ଉତ୍କୃଷ୍ଟ ଥିଲା |
ପୁଣ୍ୟାଶ୍ଳୋକ ବାଇ କୋଳି ଙ୍କ ଫଳିତ ଜ୍ୟୋତିଷ ଗଣନା ସର୍ବୋତମ ଓ ଉତ୍କୃଷ୍ଟ ଥିଲା |

ଖଲ୍ଲିକୋଟ ; 4 /1 ଓଡିଶା ର ଲବ୍ଧ ପ୍ରତିଷ୍ଠିତ ଜ୍ୟୋତିଷ, ସାହିତ୍ୟିକ,, ପ୍ର|ବନ୍ଧିକ ପୁଣ୍ୟାଶ୍ଳୋକ ବାଇ କୋଳି ଜ୍ୟୋତିଷ ବିଶାରଦ ଭ|ରତ ବର୍ଷ ର ଜଣେ ଉଜ୍ବଳ ଜ୍ୟୋତିର୍ବିଦ ତଥା ଫଳିତ ଜ୍ୟୋତିଷ ଶାସ୍ତ୍ର ର ଧୂରୀଣ ବ୍ୟକ୍ତିତ୍ୱ ଥିଲେ ବୋଲି ସ୍ବର୍ଗତ ପଣ୍ଡିତ ବାଇ କୋଳି ବିଶାରଦ ସ୍ମୃତି କମିଟି ଅନୁକୂଲ୍ୟ ରେ ସ୍ଥାନୀୟ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ପରିସର ରେ ଆୟୋଜିତ 115 ତମ ଜୟନ୍ତୀ ସମାରୋହ ରେ ଯୋଗ ଦେଇ ମଂଚାସୀନ ବକ୍ତା ମାନେ ପ୍ରକାଶ କରିଥିଲେ |.

ସ୍ମୃତି କମିଟି ର ସଭାପତି ଡାକ୍ତର ହର ପ୍ରସାଦ ମହାପାତ୍ର ଙ୍କ ଅଧକ୍ଷତା ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ ଖଲ୍ଲିକୋଟ ରେ ରାଜା ରାମଚନ୍ଦ୍ର, ରାଣୀ କନକ ମଞ୍ଜରୀ ସମେତ ପଣ୍ଡିତ ବାଇ କୋଳି ବିଶାରଦ ଭଳି ମହାମନିସି ମାନଙ୍କୁ ଜନ୍ମ ଦେଇ ଗୌରବ ମଣ୍ଡିତ ହୋଇଛି |ବାଇ କୋଳିଙ୍କ ନାମରେ ପ୍ରସ୍ତାବିତ ପ୍ଲାନେଟୋରିଅମ କୁ ନାମିତ କରିବା ପାଇଁ ଉଦ୍ୟମ କରିବି ବୋଲି ପ୍ରକାଶ କରିଥିଲେ |

ସାହିତ୍ୟିକ ଗବେଷକ ଡ଼ଃ ବାଇ ମନ୍ୟୁ ଚର୍ଚ୍ଚି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବାଇ କୋଳି ଏକାଧାରା ରେ ଜଣେ ଭ|ରତ ବର୍ଷ ର ପ୍ରତିଷ୍ଠିତ ଜ୍ୟୋତିର୍ବିଦ ସାହିତ୍ୟିକ, ଗବେଷକ ଓ ଦୂରଦର୍ଶି ବ୍ୟକ୍ତିତ୍ୱ ଥିଲେ |ତାଙ୍କର ଅନନ୍ୟ ରଚନାବଳୀ କୁ ନେଇ ଗବେଷଣା ହେବା ର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ | ବାଇ କୋଳି ଜୟନ୍ତୀ ସମାରୋହ ର ସମ୍ବର୍ଦ୍ଧିତ ଅତିଥି ତଥା ପାରଳାଖେମୁଣ୍ଡି ସଂସ୍କୃତ ମହାବିଦ୍ୟାଳୟ ଅଧକ୍ଷ ଜ୍ୟୋତିର୍ବିଦ ପଣ୍ଡିତ ଡ଼ଃ ସୁଦର୍ଶନ ତ୍ରିପାଠୀ ଙ୍କୁ ଚଳିତ ବର୍ଷ ର ବାଇ କୋଳି ସମ୍ମାନ ପ୍ରଦାନ ଅବସର ରେ ବାଇକୋଳିଙ୍କ ଜ୍ୟୋତିଷ ଶାସ୍ତ୍ର ସମସ୍ତ ଜ୍ୟୋତିଷ ବିଦ୍ୟା ଅଧୟନ ରତ ଗବେଷକ ଙ୍କ ଦିଗବାରେଣୀ ଭାବେ ପ୍ରତିପାଦିତ କରିଛି ବୋଲି ପ୍ରକାଶ କରିଥିଲେ |

ଅନ୍ୟ ମାନଙ୍କ ମଧ୍ୟରେ ଖଲ୍ଲିକୋଟ ଏନ ଏ ସି ନଗରପାଳ ଇଂ ନିରଞ୍ଜନ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ତାଙ୍କ ଜୀବନଦର୍ଶନ ସମ୍ପର୍କରେ ଆଲୋକପାତ କରିବା ସହ ଖୁବ ଶୀଘ୍ର ତାଙ୍କ ପ୍ରତିମୂର୍ତ୍ତି ଖଲ୍ଲିକୋଟ ରେ ପ୍ରତିଷ୍ଠା ହେବ ବୋଲି ସୂଚନା ଦେଇଥିଲେ |ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ବିଶିଷ୍ଟ ପ୍ରବଚକ ଜ୍ଞାନା ନନ୍ଦ ସାଗର ଓ ସ୍ମୃତି କମିଟି ର କାର୍ଯ୍ୟକାରୀ ସଭାପତି ଶିକ୍ଷାବିତ ପୂର୍ଣ୍ଣ ଚନ୍ଦ୍ର ରଥ, ସାଂସଦ ପ୍ରତିନିଧି ରତ୍ନାକର ସାହୁ ପ୍ରମୁଖ ଭାଷଣ ଦେଇ ବାଇ କୋଳି ଙ୍କ ଜ୍ୟୋତିଷିକ ଗଣନା ଓ ଆଧୁନିକ ଯୁଗ ର ସୌର ଗବେଷଣା ର ସାମଞ୍ଜସ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ |.

ଜୟନ୍ତୀ କମିଟି ସମ୍ପାଦକ ଡ଼ଃ ଜଗଦୀଶ ପାଲ ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ସ୍ମୃତି କମିଟି ଉପସଭାପତି ମାଧବ ବେହେରା ସ୍ୱାଗତ ଭାଷଣ ଓ କବି ପ୍ରଭାତ କୁମାର ମିଶ୍ର ପରିଚୟ ପ୍ରଦାନ କରିଥିଲେ ଓ କମିଟି ର ସହ ସମ୍ପାଦକ ସାମ୍ବାଦିକ ଅଶୋକ କୁମାର ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ |

( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ganjam)