ମତେ ସହଯୋଗ କରନ୍ତୁ!!
ମୁଁ ବଞ୍ଚିବାକୁ ଚାହେଁ!!
ମୋର ଯଦି କିଛି ହୋଇଯାଏ ମୋ ପରିବାର ଭାସିଯିବେ।
ହଁ ଦର୍ଶକ ବନ୍ଧୁ ଆମେ କହୁଛୁ ନିଆଳି ଅଞ୍ଚଳର ଏହି ଦମ୍ପତିଙ୍କ କଥା ଏହି ଦମ୍ପତି ଏବେ ରାଜଧାନୀର କଳିଙ୍ଗ ନଗର ଅଞ୍ଚଳରେ ରହୁଛନ୍ତି ଏକ ଭଡା ଘରେ।ସ୍ୱାମୀ କିଡିନି ରୋଗରେ ଆକ୍ରାନ୍ତ ହେବାପରେ ପୂରା ପରିବାର ଭାଙ୍ଗି ପଡିଛନ୍ତି।କାରଣ ଏହି ବ୍ୟକ୍ତି ଜଣକ ହେଉଛନ୍ତି ଘରର ଏକମାତ୍ର ରୋଜଗାରକ୍ଷମ ପୁଅ।ଶରୀର ଅସୁସ୍ଥ ହେବାରୁ ଏଡାକ୍ତରଖାନାରୁ ସେ ଡାକ୍ତର ଖାନା ଦଉଡି ଦଉଡି ନୟାନ୍ତ ହେବାପରେ ଜାଣିବାକୁ ପାଇଲେ ତାଙ୍କର ଦୁଇଟି କିଡିନି ନଷ୍ଟ ହୋଇଯାଇଛି।ବଞ୍ଚିବାର ଆଶା ମଉଳୀଗଲା।ହେଲେ କିଛିଦିନପରେ ପରିବାରର ସଦସ୍ୟ ଜଣେ ନିଜର ଏକ କିଡିନି ଦେଇଥିଲେ ଏହିବ୍ୟକ୍ତିଙ୍କୁ ।କିଡିନି ପ୍ରତିରୋପଣ ହେବାପରେ ସେ ଭୁବନେଶ୍ବରର ଏକ ଘରୋଇ ମେଡିକାଲ୍ ରେ ଚିକିଚ୍ଛିତ ହେଉଥିଲେ।ଅଧିକ ଅର୍ଥ ଦରକାର ହେବାରୁ ଘରୋଇ ହସ୍ପିଟଲ୍ ରେ ରହିହେଲାନି ଶେଷରେ ଏକ ଭଡାଘର ନେଇ ଚିକିଚ୍ଛିତ ହେଉଛନ୍ତି।ଏହି ଖବର ଜାଣିବା ପରେ ଆଜି ପହଁଞ୍ଚିଥିଲେ ରାଜ୍ୟର ଅଗ୍ରଣୀ ସୋଚ୍ଛାସେବୀ ସଂଙ୍ଗଠନ ତ୍ରିଶକ୍ତିର ଉଦୟମାନ ସୋଚ୍ଛାସେବୀ ତଥା ହାଇକୋଟ୍ ଆଡଭୁକେଟ୍ ସୁମନ୍ତ ସ୍ୱାଇଁ ଓ ଅକ୍ଷୟ କୁମାର ଦାସ ପହଁଞ୍ଚି ଏକ ମାସର ରାସନ ସାମଗ୍ରୀ ସହିତ ଅନ୍ୟାନ୍ୟ ଜିନିଷ ଯୋଗାଇଦେବା ସହିତ କିଛି ଅର୍ଥରାଶି ପ୍ରଦାନ କରିଥିଲେ।ତେବେ ଗଣମାଧ୍ୟମକୁ ପ୍ରତିକ୍ରିଆରେ ଓଡିଶା ବାସୀଙ୍କୁ ନିବେଦନ କରିଥିଲେ ଓଡିଶା ବାସୀଙ୍କ ଛୋଟଛୋଟ ସହଯୋଗ ଏହି ଦମ୍ପତିଙ୍କ ମୁହଁରେ ହସ ଫୁଟାଇ ପାରିବ।ଏହି ସମ୍ପଦି ମଧ୍ୟ ତ୍ରିଶକ୍ତି ଫାଉଣ୍ଟେନ୍ କୁ ଧନ୍ୟବାଦ ଦେଇଥିଲେ।
