You are currently viewing ରାଇଖୋଲ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ରାଇଖୋଲ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଖଜୁରୀପଡା :କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଅନ୍ତର୍ଗତ ରାଇଖୋଲ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ! ଏହି ଉତ୍ସବ କୁ ସ୍କୁଲ ର ପ୍ରଧାନ ଶିକ୍ଷୟତ୍ରୀ ଏସ ସିଭା ପ୍ରିୟା ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଶ୍ରୀମତୀ ଜାନକୀ ଯାନୀ, ବକ୍ତା ବିଇଓ ବିନୋଦ ବିହାରୀ ଦିଗାଲ,ଏବିଓ ନରସୁ କହ୍ନର ,ସନମାନିତ ଭାବେ ସମିତିସଭ୍ୟ ଶୁକଦେବ ସେଠି, ସି ଆର ସି ସି ଅଶୋକ ମଲ୍ଲିକ, ଇନ୍ଦ୍ରମଣି ନାୟକ ଏବଂ ସ୍କୁଲ ର ସଭାପତି ସନନ୍ତ ଯାନୀ,ପୁରାତନ ଛାତ୍ର ବଂଶୀଧର ନନ୍ଦ ଯୋଗଦେଇଥିଲେ ! ଏଥିରେ ମୁଖ୍ୟ ବକ୍ତା ପିଲାମାନଙ୍କୁ ସରଳ ସୁନ୍ଦର ଭାବେରେ ଭଲ ପାଠ ପଡିବା ସହିତ ନାଚ କରି ସୁନାମ ଅର୍ଜନ କରିବା କୁ ବୁଝାଇ କହିଥିଲେ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଖେଳ, ସଂଗୀତ, ହସ୍ତାକ୍ଷର,ବିତର୍କ ପ୍ରତିଯୋଗିତା କରାଯାଇଥିଲା ! ଶେଷରେ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇ ପ୍ରଥମ, ଦ୍ୱତୀୟ, ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ସହ ପ୍ରମାଣ ପତ୍ର ବିତରଣ କରାଯଇଥିଲା ! ଏହି ଉତ୍ସବ କୁ ଶିକ୍ଷୟତ୍ରୀ ଅନିତା ମଞ୍ଜରୀ ବେହେରା ପରିଚାଳନା କରିଥିବା ବେଳେ ଗ୍ରାମର ନବୀନ ଯାନୀ ଏବଂ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ! କନ୍ଧମାଳ ଜିଲ୍ଲା ରୁ ବାଳକୃଷ୍ଣ କହ୍ନର ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ