ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କାଳିମେଘି ପଞ୍ଚାୟତର ଗାମଣ୍ଡା ଗ୍ରାମରେ ଆଜି ଆଦିବାସୀ ଦିବସ ପାଳିତ ହୋଇଯାଇଛି। ଏଥିରେ ବେଗୁନିଆପଡ଼ା ବ୍ଳକ, ଖଲ୍ଲିକୋଟ ବ୍ଲକ, ପୋଲସରା ବ୍ଲକର ପ୍ରାୟ ୨୦ ଖଣ୍ଡ ଆଦିବାସୀ ଗ୍ରାମରୁ ଶହ ଶହ ସଂଖ୍ଯାରେ ଆଦିବାସୀ ମହିଳା ଓ ପୁରୁଷ ଯୋଗ ଦେଇଥିଲେ। ଏଥିରେ ଆଦିବାସୀ ମାନଙ୍କ ଅଧିକାର ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ସଂଯୁକ୍ତ ରାଷ୍ଟ୍ର ଦ୍ବାରା ଜନଜାତି ଆଇନର ବିଭିନ୍ନ ଦିଗକୁ ନେଇ ଆଲୋଚନା କରିଥିଲେ ଜନଜାଗରଣ ସଭାପତି ମଧୂସୁଦନ ସେଠୀ। ଗୋଟିଏ ପଟେ ଜଂଗଲ ଅଧିକାର ଆଇନ କୁ ଉପେକ୍ଷା କରି ଆଦିବାସୀ ମାନଙ୍କ ଜଂଗଲ ଜମି ଅଧିକାରରୁ ଉଛେଦ କରି ବର୍ତ୍ତମାନ ମୋଦୀ ସରକାର ଆଣିଥିବା ସଂଶୋଧନ ବିଲ୍ ଆଦିବାସୀ ମାନଙ୍କ ପାଇଁ ଆତ୍ମଘାତୀ ସଦୃଶ ବୋଲି କହିଥିଲେ ଆବାହକ ବିଜୟ ସ୍ବାଇଁ। ଅନ୍ୟ ମାନଙ୍କ ମଧ୍ୟରେ ଆଦିବାସୀ ନେତା ଶଂକର ଶବର, ରାଜୁ ଶବର, ଗୁରୁବାରୀ ଶବର, ମଞ୍ଜୁ ଶବର, ଦଣ୍ଡପାଣି ଶବର ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ନୂତନ ଆଦିବାସୀ ଆଇନ କୁ ନିନ୍ଦା କରିବା ସହ ସଂଗଠିତ ହୋଇ ଆଗାମୀ ଦିନରେ ପ୍ରତିବାଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
