You are currently viewing ଅଙ୍ଗାରଗାଁ ରେ ମିସନ ଶକ୍ତି ଗୃହ ନିର୍ମାଣ ପାଇଁ ପଞ୍ଚାୟତ ଫାଟକରେ ତାଲା ପକାଇଲେ ମହିଳା ସଂଘ ର ସଦସ୍ୟା ମାନେ
ଅଙ୍ଗାରଗାଁ ରେ ମିସନ ଶକ୍ତି ଗୃହ ନିର୍ମାଣ ପାଇଁ ପଞ୍ଚାୟତ ଫାଟକରେ ତାଲା ପକାଇଲେ ମହିଳା ସଂଘ ର ସଦସ୍ୟା ମାନେ

କୋଦଳା
ମହିଳା ମାନଙ୍କୁ ସଶକ୍ତିକରଣ ଏବଂ ସ୍ୱାବଲମ୍ବୀ କରିବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଉଥିବା ସହ ମିସନ ଶକ୍ତି ମାଧ୍ଯମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ବିଭିନ୍ନ ପଞ୍ଚାୟତରେ ମିସନ୍ ଶକ୍ତି ଗୃହ ନିର୍ମାଣ କରିଥିବାର ନଜିର ଅଛି । ମିସନ ଶକ୍ତି ଗୃହ ନିର୍ମାଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ରେ ଏହାର କିନ୍ତୁ ବ୍ୟତିକ୍ରମ । ଦୀର୍ଘ ଦିନ ହେଲାଣି ଅଙ୍ଗାରଗାଁ ପଞ୍ଚାୟତ ରେ ମିସନ ଶକ୍ତି ର ନିଜସ୍ୱ ଗୃହ ନାହିଁ ଫଳରେ ବିଭିନ୍ନ ସ୍ଵୟଂ ସହାୟିକା ଗୋଷ୍ଠି ର ମହିଳା ମାନେ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ଅସୁବିଧା ହେଉଥିବା ନେଇ ପ୍ରକାଶ କରିଛନ୍ତି । ଆଜି ମହିଳା ସଂଘର କିଛି ସଦସ୍ୟା ମାନେ ମିସନ ଶକ୍ତି ଗୃହ ନିର୍ମାଣ ପାଇଁ ଫାଟକରେ ତାଲା ପକାଇଥିବା ନେଇ ମହିଳା ସଂଘ ର ସଦସ୍ୟା ମାନେ ପ୍ରକାଶ କରିଛନ୍ତି ।
ଫଳରେ ବିଭିନ୍ନ କାର୍ଯ୍ୟ ପାଇଁ ପଞ୍ଚାୟତ କୁ ଯାଇଥିବା ପଞ୍ଚାୟତ ବାସୀ ମାନେ ଦୀର୍ଘ ସମୟ ଧରି ବାହାରେ ଛିଡ଼ା ହୋଇଛନ୍ତି ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।