You are currently viewing ବର୍ଷ ସାରା ମାଟି ରେ ମାଟି ହୋଇ କାମ କରନ୍ତି କୁମ୍ଭକାର ପରିବାର, ପୁରୁନି ପେଟ, ବିଶ୍ୱକର୍ମା ଯୋଜନା ବାଟବଣା
ବର୍ଷ ସାରା ମାଟି ରେ ମାଟି ହୋଇ କାମ କରନ୍ତି କୁମ୍ଭକାର ପରିବାର, ପୁରୁନି ପେଟ, ବିଶ୍ୱକର୍ମା ଯୋଜନା ବାଟବଣା

ଖଲ୍ଲିକୋଟ ; 27/10ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଡ଼ିମିରିଆ ପଂଚାୟତ ର 80 ଜଣ କୁମ୍ଭକାର ପରିବାର ବର୍ଷ ତମାମ ମାଟି ସହିତ ନିଜକୁ ମାଟି କରି ଯୁଝି ଆସୁଥିଲେ ମଧ୍ୟ ପୁରୁନି ପେଟ ଓ କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନା ବାଟବଣା ହୋଇଥିବା ବେଳେ ଗ୍ରାମ ର କୁମ୍ଭକାର ପରିବାର ଅଧିକାଂଶ ଭେଣ୍ଡିଆ ରୋଜଗାରିଆ ପିଲା କୌଳିକ ବୃତ୍ତି କୁ ଛାଡି ଦାଦନ ଖଟିବାକୁ ବାହାର ରାଜ୍ୟରେ ଥିବା ଜଣାପଡିଛି |

ଘରେ ଥିବା ମହିଳା ସଦସ୍ୟ ମାନେ ବାହାରୁ ମାଟି ଓ ଜାଳେଣି ସଂଗ୍ରହ କରି ବର୍ଷ ତମାମ ବିଭିନ୍ନ ଅନୁଷ୍ଠାନିକ କାର୍ଯ୍ୟ ପାଇଁ ଆବଶ୍ୟକ ହେଉଥିବା ଦୀପ କଳସ ଭଳି ମାଟି ନିର୍ମିତ ସାମଗ୍ରୀ ନିର୍ମାଣ କରି ସହର ମାନଙ୍କୁ ଯାଇ ବିକି ଗୁଜରାଣ ମେଣ୍ଟ|ନ୍ତି |ତେବେ ବର୍ତମାନ ମାଟି କିଣିବା ସହ ଜଙ୍ଗଲ ରୁ ଜାଳେଣି ସଂଗ୍ରହ କରିବା ବେଳେ ଜଙ୍ଗଲ ବିଭାଗ ର କଟକଣା ବାଧା ଉପୁଜୁଛି |ତେବେ ଗତ ଦୁର୍ଗା ପୂଜା ବେଳେ ମାଟି ସାମଗ୍ରୀ ବିକ୍ରି କରି କିଛି ପଇସା ରୋଜଗାର ହୋଇଥିବା ବେଳେ ଆସନ୍ତା ଦୀପାବଳି ପାଇଁ କୁମ୍ଭକାର ମାନେ ମାଟି ଦୀପ ପ୍ରସ୍ତୁତି ରେ ଲାଗି ପଡିଛନ୍ତି |ତେବେ ପାରମ୍ପରିକ ମାଟି ଦୀପ ଓ ଅନ୍ୟାନ୍ୟ ମାଟି ସାମଗ୍ରୀ ପ୍ରସ୍ତୁତି ବ୍ୟୟ ବହୁଳ ହୋଇପଡିବା ଫଳରେ ଅନେକ କୁମ୍ଭକାର ପରିବାର ଏହି ବୃତ୍ତି ରୁ ମୁଁହ ଫେର|ଇବାକୁ ବସିଲେଣି

|ଅନ୍ୟ ପକ୍ଷ ରେ ମାଟି ଜିନିଷ ବିକ୍ରି ବଟା କ୍ଷେତ୍ର ରେ ବଜାର ଅନୁକୂଳ ନଥିବାରୁ କୁମ୍ଭକାର ମାନଙ୍କ ପରିଶ୍ରମ ତୁଳନା ରେ ପାରିଶ୍ରମିକ ମିଳୁନି |ଉକ୍ତ କୁମ୍ଭକାର ମାନେ ଘୋର ଆର୍ଥିକ ଦୁସ୍ଥିତି ରେ ରହିଥିବା ବେଳେ ସେମାନଙ୍କ ପିଲା ମାନେ ଭଲ ଶିକ୍ଷା ପାଇବାରୁ ବଂଚିତ ହେଉଛନ୍ତି | ସେମାନଙ୍କ ପିଲାମାନେ ପ୍ରଚଳିତ ଯୌତୁକ ବଜାର ରେ ହତାଶ ହେବାକୁ ପଡ଼ୁଛି |ତେବେ ସରକାର ଙ୍କ ବହୁ ଜନମଙ୍ଗଳ ଯୋଜନା ବଂଚିତ ହେଉଥିବା ବେଳେ ବହୁ ବୃଦ୍ଧ ବୃଦ୍ଧା ବୟସରେ ଭାରାକ୍ରାନ୍ତ ହୋଇଥିଲେ ମଧ୍ୟ ଭତ୍ତା ରୁ ବଂଚିତ ହୋଇଥିବା ଜଣାପଡିଛି |ସେହିପରି କେନ୍ଦ୍ର ସରକାରଙ୍କ ବିଶ୍ୱକର୍ମା ଯୋଜନା ଉକ୍ତ କୁମ୍ଭକାର ପରିବାର ମାନଙ୍କ ନିକଟରେ ସଠିକ ଭାବେ ପହଂଚିପାରୁନି |

ବର୍ତମାନ ପ୍ଲାଷ୍ଟିକ ଦୀପ ଓ ଶସ୍ତା ଲିଚୁ ମାଳ ର ବହୁଳ ବ୍ୟବହାର ଯୋଗୁଁ ମାଟି ଦୀପ ଓ ଅନ୍ୟାନ୍ୟ ମାଟି ସାମଗ୍ରୀ ର ଚାହିଦା କମିବାରେ ଲାଗିଛି |ତେବେ ମାଟି ଦୀପ ନିର୍ମାଣ କ୍ଷେତ୍ର ରେ ବ୍ୟବହୃତ ଚକ ଘୁରିବା ପାଇଁ ବିଜୁଳି ଓ ଆଧୁନିକ ଯନ୍ତ୍ରପାତି ର ବ୍ୟବହାର କୁ ଅଗ୍ରାଧିକାର ପାଇଁ ସରକାରୀ ପ୍ରୋତ୍ସାହନ ନ ମିଳିଲେ କୁମ୍ଭକାର ମାନଙ୍କ କୌଳିକ ବୃତ୍ତି ର ଭବିଷ୍ୟତ ଉଜୁଡିଯିବା ନେଇ କୁମ୍ଭକାର ମାନଙ୍କ ମହଲ ରେ ଆଶଙ୍କା ପ୍ରକାଶ ପାଇଲାଣି |,

(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )