You are currently viewing ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଦ୍ଵାବିଂଶତମ ବାର୍ଷିକ ଉଛବ, ବିଦ୍ୟାର୍ଥୀ ଙ୍କ ନୃତ୍ୟ ରେ ଝୁମିଲେ ଦର୍ଶକ
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଦ୍ଵାବିଂଶତମ ବାର୍ଷିକ ଉଛବ, ବିଦ୍ୟାର୍ଥୀ ଙ୍କ ନୃତ୍ୟ ରେ ଝୁମିଲେ ଦର୍ଶକ

ଖଲ୍ଲିକୋଟ ; 24/12 ଖଲ୍ଲିକୋଟ ସ୍ଥିତ ଫୁଲଝର ଠାରେ ଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ଦିବିଂସତମ ବାର୍ଷିକ ଉଛବ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟା ମନ୍ଦିର ର ସଭାପତି ଲେଫ୍ଟନାଣ୍ଟ କର୍ନେଲ କିଶୋର କୁମାର ବିଷୋୟୀ ଙ୍କ ଅଧକ୍ଷତା ରେ ଆୟୋଜିତ ବାର୍ଷିକ ଉଛବ ରେ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନଗରପାଳ ଇଂ ନିରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଓଏ ଶିକ୍ଷା ମଣିଷ ର ଏକ ଅବିଛେଦ୍ୟ ଅଙ୍ଗ ତେଣୁ ଅଭିଭାବକ ମାନେ ଶିକ୍ଷା ମାଧ୍ୟମ ରେ ପିଲା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଉଦ୍ୟମ କରିବା ପାଇଁ ପରାମର୍ଶ ଦେଇଥିଲେ |ସମ୍ମାନତ ଅତିଥି ଭାବେ ବ୍ରହ୍ମପୁର ର ସରୋଜ କାନ୍ତ ଜେନା ସାମନ୍ତ ଯୋଗ ଦେଇଥିବା ବେଳେ କେଶପୁର ସ୍ନାତକ ମହାବିଦ୍ୟାଳୟ ର ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ |ମୁଖ୍ୟବକ୍ତା ଭାବେ ଭାବେ ଜିଲ୍ଲା ପ୍ରମୁଖ ଗଞ୍ଜାମ ଉପେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ବ୍ୟବସ୍ଥାପକ ଭାବେ ବିଦ୍ୟାମନ୍ଦିର ର ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର ଯୋଗ ଦେଇଥିବା ବେଳେ ବିଦ୍ୟାମନ୍ଦିର ର ଭାରପ୍ରାପ୍ତ ପ୍ରଧାନ ଆଚାର୍ଯ୍ୟା ଦେବାବାଳା ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଗୁରୁମା ସ୍ୱୟଂ ପ୍ରଭା ସିଂ ଅତିଥି ପରିଚୟ ପ୍ରଦାନ କରିଥିଲେ |

ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଉଚ୍ଚ କୋଟିର କଳା କୌଶଳ ସାଙ୍ଗକୁ ବିଭିନ୍ନ କ୍ଲାସକାଲ, ସମ୍ବଲପୁରୀ ପଭୃତି ନୃତ୍ୟ ଓ ସଂଗୀତ ଦର୍ଶକ ଓ ଅଭିଭାବକ ମାନେ ଝୁମିଥିଲେ |ପ୍ରବଳ ଶୀତ ରେ ବହୁ ମାତ୍ରା ରେ ଦର୍ଶକ ଓ ଅଭିଭାବକ ଙ୍କ ସମାଗମ ଦେଖିବାକୁ ମିଳିଥିଲା | ଉକ୍ତ କାର୍ଯ୍ୟକ୍ରମ ରେ ପରିଚାଳନା କମିଟି ର ପ୍ରଫୁଲ୍ଲ ଚନ୍ଦ୍ର ପାତ୍ର, ପ୍ରଦୀପ କୁମାର ପଟ୍ଟନାୟକ, ଡ଼ଃ ରାଜେନ୍ଦ୍ର କୁମାର ବିଷୋୟୀ ଓ ଶିକ୍ଷାବିତ ପୂର୍ଣ୍ଣ ଚନ୍ଦ୍ର ରଥ ଙ୍କ ସମେତ ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ଓ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ

ରିପୋର୍ଟ,ମାଧବ ବେହେରା