ପାଟପୁର ସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ୨୦୨୪-୨୫ ମହାବିଦ୍ୟାଳୟ ପରିସର ରେ ଅନୁଷ୍ଠିତ ହେଇଥିଲା। ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ମହାରଣା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସାନଖେମୁନ୍ଡି ନିର୍ବାଚନୀ ମଣ୍ଡଳୀ ର ବିଧାୟକ ରମେଶ ଚନ୍ଦ୍ର ଜେନା, ମୁଖ୍ୟବକ୍ତା ଭାବେ ପୁରୁଷୋତ୍ତମପୁର ସ୍ଥିତ ତାରା ତାରିଣୀ ମହାବିଦ୍ୟାଳୟ ର ଓଡ଼ିଆ ଅଧ୍ୟାପକ ଡ. ପ୍ରବୀର କେଶରୀ ପ୍ରଧାନ, ସମ୍ମାନିତ ଅତିଥି ଭାବେ ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର, ସାନଖେମୁଣ୍ଡି ବ୍ଲକ ଉପାଧ୍ୟକ୍ଷା ରିଙ୍କି ନାହାକ, ଜିଲ୍ଲା ପରିଷଦ ସଦସ୍ୟା ସୁଲତା ରାଣୀ ସ୍ଵାଇଁ, ପାଟପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟା ସୁଜାତା ସ୍ଵାଇଁ, ରାଧାଦେଇପୁର ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ନୀଳାଞ୍ଚଳ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ। ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନା ଛାତ୍ର ଛାତ୍ରୀ ମାନଙ୍କୁ ଜୀବନ ରେ ସଂଘର୍ଷ ର ମହତ୍ତ୍ୱ ବିଷୟ ରେ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସୋରଡ଼ା ମହାବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଡ. ହୃଷିକେଶ ମିଶ୍ର ମଞ୍ଚ ପରିଚାଳନା କରିଥିଲେ। ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ. କୈଳାଶ ଚନ୍ଦ୍ର ସ୍ଵାଇଁ ଅତିଥି ପରିଚୟ ପ୍ରଦାନ ସହିତ ସ୍ୱାଗତ ଅଭିଭାଷଣ ଦେଇଥିଲେ। ଓଡ଼ିଆ ବିଭାଗ ମୁଖ୍ୟ ଡ. ସୁରେନ୍ଦ୍ର ଶବର ବାର୍ଷିକ ବିବରଣୀ ପାଠ କରିଥିଲେ। ଇଂରାଜୀ ଅଧ୍ୟାପକ ତ୍ରିଲୋଚନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

ବାର୍ଷିକ କ୍ରୀଡ଼ା, ସାଂସ୍କୃତିକ ପ୍ରତିଯୋଗିତା ର ବିଜେତା ମାନଙ୍କୁ ପୁରସ୍କାର ବିତରଣ କରଯାଇଥିଲା। ଅଧ୍ୟାପିକା ଡ. ଶାରଦା, ସରସ୍ୱତୀ ପଣ୍ଡା, ଅଧ୍ୟାପକ ସଞ୍ଜୟ ଭୂୟାଁ, ଗୌତମ ରଣା, ଅଣଶିକ୍ଷକ କର୍ମଚାରୀ କାଳିଆ ପାଢ଼ୀ, ରାଜା ସୀଂ, ଶ୍ରୀକାନ୍ତ ସାହୁ, ଦୁଃଖୀଶ୍ୟାମ ରେଡ୍ଡୀ ଏବଂ ରଞ୍ଜନ ଖୁଣ୍ଟିଆ ଙ୍କ ସହ ସମସ୍ତ କର୍ମଚାରୀ ଉତ୍ସବ ପରିଚାଳନା ରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ଉପସ୍ଥିତ ଥିଲେ।
