ବ୍ରହ୍ମପୁର : ସ୍ଥାନୀୟ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମ ଜୟନ୍ତୀ ପାଳନ ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରା. ନାରାୟଣ ଚରଣ ପଟ୍ଟନାୟକ ଅଧ୍ୟକ୍ଷତା କରିବା ସହ ପ୍ରା. ଭାଗିରଥି ପାଣିଗ୍ରାହୀ, ସ. ପ୍ରା. ପି ଭି ଶ୍ରୀନିବାସ, ନୀଳାଞ୍ଚଳ ସେଠୀ, ସ୍ପିନିତା ପ୍ରିୟଦର୍ଶିନୀ ଆଦି ମଞ୍ଚାସୀନ ହୋଇ ଓଡ଼ିଶାରେ ଜନ୍ମିତ ଉଭୟ ବୀର ମହାପୁରୁଷଙ୍କ ଆଦର୍ଶ ଓ ଦେଶ ସେବାର ସର୍ବୋତ୍ତମ ପରାକାଷ୍ଠାକୁ ନିଜ ନିଜ ବକ୍ତବ୍ୟରେ ଗଭୀର ଆଲୋକପାତ କରିଥିଲେ । ଏବଂ ଛାତ୍ର ନରସିଂହ ନୀଳମାଧବ ପାତ୍ର ତାଙ୍କର ଅଭିଭାଷଣରେ “ ବର୍ତ୍ତମାନ ଘଡିସନ୍ଧି ମୁହୂର୍ତ୍ତରେ ସହନଶୀଳତା ଓ ନବସୃଜନ କାମନା କରୁଥିବା ଏହି ବିଶ୍ଵ ଏବଂ ଭାରତ ଦେଶରେ, ନେତାଜୀ ଓ ସାଏ ଙ୍କ ଜୀବନୀ କାହାଣୀ ଆଜିର ଯୁବଗୋଷ୍ଠୀଙ୍କ ପାଇଁ ଏକ ପ୍ରଭାବୀ ପ୍ରେରଣା ଭାବେ କାର୍ଯ୍ୟ କରିବ ଏବଂ ବିକଶିତ ଭାରତ ନିର୍ମାଣ ସ୍ବପ୍ନକୁ ସାକାର କରିବା ଦିଗରେ ସହାୟକ ହୋଇପାରିବ । ସୁବାଷ ବୋଷଙ୍କ ନାମ ଉଚ୍ଚାରଣ ଓ ଶ୍ରବଣ ହିଁ ମନରେ ସ୍ଵତଃ ଦେଶ ପ୍ରେମର ଭାବନା ଜାଗ୍ରତ କରେ ଏବଂ ରାଷ୍ଟ୍ରର ଛାତ୍ର ଓ ଯୁବ ଶକ୍ତିକୁ ସାହସ ଓ ଆତ୍ମ ବଳିଦାନ ନିମନ୍ତେ ପ୍ରେରିତ କରେ ” ବୋଲି ମତ ରଖିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ସମେତ କାର୍ଯ୍ୟାଳୟ କର୍ମଚାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ

