You are currently viewing କାଳିଞ୍ଜି ସମାଜର ପ୍ରତିଭା ସମ୍ମାନ ଉତ୍ସବ: ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା
କାଳିଞ୍ଜି ସମାଜର ପ୍ରତିଭା ସମ୍ମାନ ଉତ୍ସବ: ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ନିୟନ୍ତ୍ରଣାଧୀନ ଗାଙ୍ଗପୁର ସ୍ଥିତ ଶରତ ଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିସରରେ କେନ୍ଦ୍ର ପରିଷଦ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ ପକ୍ଷରୁ ଏକ ଭବ୍ୟ “ପ୍ରତିଭା ସମ୍ମାନ ଉତ୍ସବ” ଆୟୋଜିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ନୀଳମଣି ବିଷୋୟୀ, ବିଶିଷ୍ଟ ଅତିଥି ଭାବେ କବିସୂର୍ଯ୍ୟକନଗର ବିଧାୟକ ପ୍ରତାପ ନାୟକ ସମ୍ମାନନିୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ ଯୋଗଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ କାଳିଞ୍ଜି ସମାଜର ୪୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ନିଜ ପରିବାର ସଦସ୍ୟଙ୍କ ସହ ଆସି ଯୋଗଦେଇଥିଲେ । ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା କାଳିଞ୍ଜି ସମାଜର ଛାତ୍ରଛାତ୍ରୀମାନଙ୍କୁ ଫୁଲ ତୋଡା,ଉପଢୌକନ ଦେଇ ସ୍ୱାଗତ କରିବା ସହ ସେମାନଙ୍କୁ ସମ୍ମାନପତ୍ର,ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯାଇଛି ।
ମଞ୍ଚାସିନ ଅତିଥିମାନେ ନିଜ ବକ୍ତବ୍ୟରେ ଶିକ୍ଷା ହେଉଛି ସମାଜର ପ୍ରଗତିର ମୂଳ ଆଧାର ବୋଲି କହିବା ସହିତ ଛାତ୍ରଛାତ୍ରୀଙ୍କୁ ଉଚ୍ଚ ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ଆହ୍ୱାନ ଦେଇଥିଲେ।
କାଳିଞ୍ଜି ସମାଜର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଦେବା ଏବଂ ଶିକ୍ଷା କ୍ଷେତ୍ରରେ ଆହୁରି ଉନ୍ନତି କରିବା ଲକ୍ଷ୍ୟରେ ଏହି ଉଦ୍ୟମ ପ୍ରଶଂସନୀୟ ବୋଲି ଉପସ୍ଥିତ ଅତିଥି ମାନେ କହିଥିଲେ। ସମାଜର ବିକାଶ ସହିତ ଶିକ୍ଷାର ପ୍ରସାର ହିଁ ଜାତିର ଗର୍ବ ଓ ଗୌରବ ବଢ଼ାଇବ ବୋଲି ବିଧାୟକ ମାନେ କହିଥିଲେ।
ଏହି କାର୍ଯ୍ୟକ୍ରମ କେନ୍ଦ୍ର ପରିଷଦର ସଭାପତି ସନ୍ତୋଷ କୁମାର ଜେନା ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ସଂଗଠକ ସତ୍ୟନାରାୟଣ ସ୍ୱାଇଁ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ମତ ରଖିଥିଲେ। ସମ୍ପାଦକ ନୀଳାଞ୍ଚଳ ପୋଲାଇ ମଞ୍ଚ ପରିଚାଳନା କରି ସମଗ୍ର କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପନ୍ନ କରିଥିଲେ। ସମ୍ବୋର୍ଦ୍ଧିତ ଛାତ୍ର ଛାତ୍ରୀ ମାନେ ଉତ୍ସାହିତ ହୋଇଥିଲେ l