You are currently viewing ବେଲଗୁଣ୍ଠାରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ:ମ ଓଡ଼ିଶା ନବୀନ ଓଡ଼ିଶାକୁ ଗୁରୁତ୍ୱ, ପଞ୍ଚାୟତ ସ୍ତରରେ ପର୍ଯ୍ୟଟନ ସ୍ଥଳୀର ହେବ ରୂପାନ୍ତରଣ ।
ବେଲଗୁଣ୍ଠାରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ:ମ ଓଡ଼ିଶା ନବୀନ ଓଡ଼ିଶାକୁ ଗୁରୁତ୍ୱ, ପଞ୍ଚାୟତ ସ୍ତରରେ ପର୍ଯ୍ୟଟନ ସ୍ଥଳୀର ହେବ ରୂପାନ୍ତରଣ ।

ବେଲଗୁଣ୍ଠା:୧୭/୭-ଗଞାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଆଜି ବେଲଗୁଣ୍ଠା ବ୍ଳକ ଓ ଏନ୍.ଏ.ସି ଗସ୍ତରେ ବିଭିନ୍ନ ପ୍ରକାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଜନ ପ୍ରତିନିଧି ଓ ଅଧିକାରୀ ମାନଙ୍କ ସହିତ ବୈଠକ କରିଫେରିଛନ୍ତି ।ଆଜି ଦିବା ୩ ଘଣ୍ଟା ସମୟରେ ବେଲଗୁଣ୍ଠା ବ୍ଳକ ସ୍ଥିତ ରାଜିବ ଗାନ୍ଧୀ ସେବା କେନ୍ଦ୍ରରେ ପହଞ୍ଚି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ ଶତପଥୀ, ଏନ୍.ଏ.ସି ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର, ତହସିଲଦାର ମନୋଜ ପ୍ରଭାକର କୁଜ୍ଜୁର, ଅତିରିକ୍ତ ତହସିଲଦାର ଧରଣୀଧର ବେହେରା, ସମସ୍ତ ସରପଞ୍ଚ, ସମିତି ସଭ୍ୟ ତଥା ଜନ ପ୍ରତିନିଧି ମାନଙ୍କ ସହିତ ଆଲୋଚନା କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହିତ ସେଗୁଡିକର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ଏଥି ସହିତ ବିଭିନ୍ନ ପଞ୍ଚାୟତର ଜନ ପ୍ରତିନିଧି ମାନେ ନିଜ ନିଜ ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ସମ୍ପର୍କୀତ ଅଭିଯୋଗ ଉପସ୍ଥାପନ କରିଥିଲେ । ଆଲୋକିତ ସମୟରେ ଜିଲ୍ଲାପାଳଙ୍କୁ ବେଲଗୁଣ୍ଠା ବ୍ଳକରେ ଥିବା ଜୟନ୍ତୀଗଡ ଜଗନ୍ନାଥ ମନ୍ଦିର, ବୁଢ଼ା କେନ୍ଦୁ ମନ୍ଦିର, ବେଲଗୁଣ୍ଠା ମାଁ ବ୍ରାହ୍ମଣ ଦେବୀ ମନ୍ଦିର, ମାଁ କୁମାର ଶୁଣି ପୀଠକୁ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ସହିତ ଉକ୍ତ ମନ୍ଦିର ଗୁଡିକର ରୁପାନ୍ତରଣ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା ।ଏଥି ସହିତ ବେଲଗୁଣ୍ଠା ଓ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା ଡ଼ାକ୍ତର ସମାସ୍ୟାକୁ ଶୀଘ୍ର ସମାଧାନ କରିବା ପାଇଁ ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ ।ଏଥି ସହିତ ମୋ ଘର ଯୋଜନାରେ ବହୁ ସଂଖ୍ୟକ ହିତାଧିକାରୀଙ୍କୁ ଯୋଡିବା ଓ ଏହାର ସଫଳ ରୁପାୟନ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀ ଓ ଜନ ପ୍ରତିନିଧି ମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ମୋ ଓଡ଼ିଶା -ନବୀନ ଓଡ଼ିଶା କାର୍ଯ୍ୟକ୍ରମକୁ ପଞ୍ଚାୟତ ସ୍ତରରେ ଲୋକାଭିମୁଖୀ କରିବା ପାଇଁ କହିଥିଲେ । ବ୍ଳକରେ ଚାଲିଥିବା ସେତୁ ନିର୍ମାଣ, ଗମନାଗମନ ବ୍ୟବସ୍ଥା,ପାନୀୟ ଜଳ ଯୋଗାଣ ଆଦି ସୁବ୍ୟବସ୍ଥିତ କରି ତଦାରଖ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବେଲଗୁଣ୍ଠା ଏନ୍ଏସି ରେ ହେବାକୁ ଥିବା ପ୍ରସ୍ତାବିତ ମେଗା ବସ୍ ଟର୍ମିନାଲ, ନିର୍ମିତ ସ୍ମାର୍ଟ ପାର୍କ ପରିଦର୍ଶନ କରି ଖୁସି ବ୍ୟକ୍ତ କରିବା ସହିତ ଏନ୍ଏସି ସ୍ତରରେ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ବାହୀ ଅଧିକାରୀ ଓ ନଗରପାଳଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ସରକାର ଲାଗୁ କରିଥିବା ବିଭିନ୍ନ ଯୋଜନାକୁ ଜନସାଧାରଣ ନିକଟରେ ପହଞ୍ଚାଇ ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ସେ ପରାମର୍ଶ ଦେଇଥିଲେ ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ନଗରପାଳ ଫିରୋଜ ସେଠୀ, ବ୍ଳକ ସ୍ତରୀୟ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ବ୍ଳକର ବିଭିନ୍ନ ବିଭାଗୀୟ ଅଧିକାରୀ,ପି.ଆର୍.ଏମ୍,କର୍ମଚାରୀ,ଜି ଆର୍ ଏସ୍ ଉପସ୍ଥିତ ଥିଲେ ।

ରିପୋର୍ଟ -ଶିବରାମ ଚୌଧୁରୀ