You are currently viewing ଗଞ୍ଜାମ ଜିଲ୍ଲା ୧୦୮ ମହା ସଂଘ ତରଫରୁ ୬ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ ।
ଗଞ୍ଜାମ ଜିଲ୍ଲା ୧୦୮ ମହା ସଂଘ ତରଫରୁ ୬ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ ।

ବ୍ରହ୍ମପୁର , ୨୨/୦୬ -:- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ନିର୍ବାଚନ ଜିଲ୍ଲା ହେଉଛି ଗଞ୍ଜାମ ଜିଲ୍ଲା । ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ହେଉଛି ଏକ ଗୁରୁତ୍ଵ ପୂର୍ଣ୍ଣ ବିଭାଗ ହେଲେ ଏହି ବିଭାଗରେ କାର୍ଯ୍ୟରତ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ଏବେ ଅସୁରକ୍ଷିତ ଏବଂ ନିର୍ଯାତିତ କର୍ମଚାରୀ କାରଣ ରାଜ୍ୟ ସରକାର ୧୦୮ ଆମ୍ବୁଲାନ୍ସ ଯେବେ ଠାରୁ ଆରମ୍ଭ କରିଥିଲେ ଏବଂ ଏବେ ପର୍ଯ୍ୟନ୍ତ ୧୦୮ ଆମ୍ବୁଲାନ୍ସ ଚାଲୁ ରହିଛି ହେଲେ ସେଥିରେ କାର୍ଯ୍ୟରତ କର୍ମଚାରୀ ମାନେ କେତେ ସୁରକ୍ଷିତ ଏବଂ କେତେ ଖୁସି ତାହା ଆଜି ଜାଣିବାକୁ ମିଳିଲା । ରାଜ୍ୟ ସରକାର ଆମ୍ବୁଲାନ୍ସ ଦେଇ ବାହା ବାହା ମାରୁଥିବା ବେଳେ ସେଥିରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ କମ୍ପାନୀ ଯେଉଁ ଭଳି ଭାବରେ ନିର୍ଯାତିତ ଦେଇ ସେମାନଙ୍କୁ ଖଟାଉଚି ତାହା ବଡ ଦୁଃଖର ବିଷୟ । ସରକାରୀ ଗାଡିରେ ଗୋଟେ ଲେବର ଠାରୁ ହିନମାନ ଦେଖୁଚି କମ୍ପାନୀ । କରୋନା ମହାମାରୀ ସମୟରେ ନିଜର ଜୀବନକୁ ବାଜି ଲଗାଇ ଲୋକ ମାନଙ୍କର ଜୀବନ ରକ୍ଷା କରିଥିଲେ ୧୦୮ କର୍ମଚାରୀ ମାନେ ହେଲେ ସେମାନଙ୍କୁ ରାଜ୍ୟ ସରକାର ଅଣଦେଖା କଲେ ଯାହା ଅତି ନିନ୍ଦନୀୟ । ଲୋକ ମାନଙ୍କ ଆକ୍ରୋଶ ର ଶିକାର ହୋଇଥିଲେ ମଧ୍ୟ ପ୍ରଥମେ ରୋଗୀକୁ କିଭଳି ଭାବେ ମେଡିକାଲ୍ ରେ ପହଞ୍ଚାଇବେ ସେଥିପ୍ରତି ଧ୍ୟାନ ଦିଅନ୍ତି ୧୦୮ କର୍ମଚାରୀ ମାନେ । ହେଲେ ଆଜି ଏହି ଦୁଃଖୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ଜିଲ୍ଲା ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ କରିଛନ୍ତି । ନିଜର ହକ କୁ ଆଜି ସେ ପ୍ରଶାସନ କୁ ଦାବି କରିଛନ୍ତି । ଦାବି ଗୁଡ଼ିକ ହେଲା ଗଞ୍ଜାମ ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ ସରକାରୀ ମନାତ୍ୟ ପ୍ରଦାନ କରାଯିବ ନଚେତ ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଦୈନିକ ୮ଘଣ୍ଟା ସକାଶେ ନିଯୁକ୍ତି କରାଯିବ , କାର୍ଯ୍ୟରତ ଫାର୍ମାସିଷ୍ଟ କୁ ମାସିକ ୩୫ ହଜାର, ଗାଡି ଚାଳକ ମାନଙ୍କୁ ୨୫ ହଜାର ଏବଂ ସହାୟକ କୁ


ସର୍ବନିମ୍ନ ୨୦ ହଜାର ଟଙ୍କା ପ୍ରଦାନ କରିବା ସହ ବାର୍ଷିକ ଦରମା ବୃଦ୍ଧି କରିବା , ଜନ ସାଧାରଣ ଙ୍କ ଆକ୍ରୋଶ ର ଶିକାର ହେଲେ ଦୋଷୀଙ୍କ ବିରୁଦ୍ଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, କର୍ମଚାରୀଙ୍କୁ ମେଡିକାଲ ପରିସରରେ ଆବଶ୍ୟକୀୟ ସୁବିଧା ସୁଯୋଗ ପ୍ରଦାନ କରିବା ଓ କର୍ମଚାରୀ ଙ୍କ ମୃତ୍ୟୁ ସହାୟତା ରାଶି ୨୦ ଲକ୍ଷ ଏବଂ ସାରିରିକ ଅକ୍ଷମ ସହାୟତା ରାଶି ୧୦ ଲକ୍ଷ ଟଙ୍କା ପ୍ରଦାନ କରିବା ଭଳି ବିଭିନ୍ନ ଦାବିନେଇ ଗଞ୍ଜାମ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟ ଜ୍ୟୋତି ପରିଡ଼ା,ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ଃ.ଉମା ଶଙ୍କର ମିଶ୍ର,ଜିଲ୍ଲା କାର୍ଯ୍ୟକ୍ରମ ପ୍ରବନ୍ଧକ ଅଧିକାରୀ ଶ୍ୟାମ ସୁନ୍ଦର ତ୍ରିପାଠୀ,ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ୧୦୮ ଆମ୍ବୁଲାନ୍ସ ସଭାପତି ନିଳାଞ୍ଚଳ ପଣ୍ଡାଙ୍କ ଅଧ୍ୟକ୍ଷତାରେ ୬ ଦଫା ଦାବିନେଇ ଦାବି ପତ୍ର ପ୍ରଦାନ କରାଯାଇଛି । ଜିଲ୍ଲାର ସମସ୍ତ ଅଧିକାରୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କ ଦୁଃଖ ଶୁଣି ଅତି ଶୀଘ୍ର ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପଠାଇବେ ବୋଲି ପ୍ରତିଶ୍ମୃତି ଦେଇଥିଲେ । ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ନିର୍ଯାତିତ ୧୦୮ କର୍ମଚାରୀ ମାନଙ୍କୁ ନ୍ୟାୟ ପ୍ରଦାନ କରିବା ସହ ସେମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରିବେ ବୋଲି ଆଶା ରଖିଛନ୍ତି ୧୦୮ କର୍ମଚାରୀ ମାନେ ।