ଖଲ୍ଲିକୋଟ : 21/12 ଗତ 24 ଘଣ୍ଟା ଧରି ଅବିଶ୍ରାନ୍ତ ବର୍ଷା ପ୍ରଭାବ ରେ କ୍ଷେତ ରୁ ଆଦାୟ ହେବାକୁ ଥିବା ଧାନ ଫସଲ ସମେତ ପରିବା ଚାଷ ବର୍ବାଦ ହୋଇ ପଡ଼ିଥିବା ବେଳେ ଚାଷ ର ଅବସ୍ଥା ଦେଖି ଚାଷୀ ଆଖିରେ ଲୁହ ଶୁଖୁନି | ଚାଷୀ ମାନଙ୍କ ଏକ ବର୍ଷ ର ମେହନତୀ ବର୍ଷା ପାଣି ରେ ବୁଡ଼ି ଯାଇଛି | ଗତ 12 ଦିନ ତଳେ ଅଚାନକ ଲଘୁ ଚାପ ଜନିତ ବର୍ଷା ପବନ ଚାଷୀଙ୍କ ଅଧା ଧାନ ଫସଲ ପାଣି ରେ ବୁଡ଼ି ଯାଇଥିବା ବେଳେ ଚାଷୀ ମାନେ ଧାନ କୁ ଶୁଖାଇବା ସହ ଗହୀର ରେ ଥିବା ଧାନ ପାଣି ରେ ବୁଡ଼ି ଗଜା ହୋଇ ଯାଇଥିଲା |ପୁଣି ଗତ ତିନି ଦିନ ଧରି ଲାଗି ରହିଥିବା 24 ଘଣ୍ଟିଆ ଅବିଶ୍ରାନ୍ତ ଲଗାଣ ବର୍ଷା ଚାଷୀ ମାନେ କ୍ଷେତ ରେ କଟା ଧାନ କୁ ପକାଇ ରଖିଥିବା ବେଳେ ଧାନ ଉପରେ ପାଣି ମାଡି ଯିବା ଫଳରେ ପୁଣି ଧାନ ସବୁ ଗଜା ହୋଇ ନଷ୍ଟ ହେବାକୁ ବସିଲାଣି |

ସବୁବେଳେ ବିପରୀତ ପାଣିପାଗ ଯୋଗୁଁ ଧାନ ଫସଲ ନଷ୍ଟ କରୁଥିବା ବେଳେ ପରିବା ର ଅହେତୁକ ଦରବୃଦ୍ଧି କୁ ଆକ୍ଷି ଆଗରେ ରଖି ଚାଷୀ ମାନେ ଲାଗୀଇଥିବା କୋବି, ବାଇଗଣ,, ଶାଗ, ବିନ ଓ ଟମାଟୋ ଭଳି ମୂଲ୍ୟବାନ ପରିବା ଫସଲ ଚଳିତ ଲଗାଣ ବର୍ଷା ରେ ମୂଳ ଶଢା ରୋଗ ରେ ଆକ୍ରାନ୍ତ ହୋଇ ଫସଲ ନଷ୍ଟ ହେବାର ଆଶଙ୍କା ଥବା ଚାଷୀ ମାନଙ୍କ ଠାରୁ ପ୍ରକାଶ |ତେଣୁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ତୁରନ୍ତ ମଧ୍ୟବର୍ତ୍ତୀ କାଳୀନ ସହାୟତା ଓ ମାଗଣା ପରିବା ବିହନ ଓ କୀଟ ନାଶକ ଔଷଧ ଯୋଗାଇବା ପାଇଁ ଦାବି ହୋଇଛି |ସେହିପରି ଚାଷୀ ଧାନ ଅମଳ କରି ବିଲ ହୁଡ଼ା ରେ ସାଇଁତି ରଖିଥିବା ବେଳେ ଧାନ ବିଲ ରେ ବୁଣିଥିବା ମୁଗ ବିହନ ମଧ୍ୟ ବର୍ଷା ରେ ବୁଡ଼ି ଯାଇଥିବା ମଧ୍ୟ ଅଭିଯୋଗ ହୋଇଛି |ଖଲ୍ଲିକୋଟ ବ୍ଲକ ର କଞ୍ଚଣା ପଂଚାୟତ ରେ ହଜାର ହଜାର ଭରଣ କଟା ଧାନ ଓ ଧାନ ଗଦା ରେ ବର୍ଷା ପାଣି ପଶି ଧାନ ଫସଲ ନଷ୍ଟ ହୋଇ ଯାଇଥବା ବେଳେ ବହୁ ଧାନ କ୍ଷେତ ବାରହା ଙ୍କ ଉପଦ୍ରଵ ରେ ନଷ୍ଟ ହୋଇଛି

|ଉକ୍ତ ପଂଚାୟତ ର ଚାଷୀ ମଳୟ ମହାନ୍ତି ପ୍ରକାଶ କରି ଜଙ୍ଗଲ ବିଭାଗ ଓ ରାଜ୍ୟ ସରକାର ଧାନ କ୍ଷତି ଭରଣା କରିବା ପାଇଁ ଦାବି କରିଛନ୍ତି |ସେହିପରି ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇଁକାଣୀ ପଲ୍ଲୀ ପଂଚାୟତ ରେ ଲଗାଣ ବର୍ଷା ରେ ମଣ୍ଡି ପାଇଁ ରଖା ଯାଇଥିବା ଧାନ ଗଦା ରେ ବର୍ଷା ପାଣି ପଶି ବ୍ୟାପକ ଧାନ କ୍ଷତି ହୋଇଥିବା ବେଳେ ଏବେବି କ୍ଷେତ ରେ କଟା ଧାନ ଉପରେ ବର୍ଷା ପାଣି ମାଡି

ଯାଇଥିବା ପଂଚାୟତ ର ପୂର୍ବତନ ସମିତି ସଭ୍ୟ ସିମାଞ୍ଚଳ ସେଠି ଗଣମାଧ୍ୟମ କୁ ସୂଚନା ଦେଇ କ୍ଷତି ଭରଣା ପାଇଁ ଦାବି କରିଛନ୍ତି |
ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ
