You are currently viewing ଶ୍ରେଷ୍ଠ ବି ଏଲ ଓ ଓ ସୁପରଭାଇଜର ଜିଲ୍ଲ|ପାଳ ଙ୍କ ଦ୍ୱାରା ପୁରସ୍କୃତ |
ଶ୍ରେଷ୍ଠ ବି ଏଲ ଓ ଓ ସୁପରଭାଇଜର ଜିଲ୍ଲ|ପାଳ ଙ୍କ ଦ୍ୱାରା ପୁରସ୍କୃତ |

ଖଲ୍ଲିକୋଟ 30/1 ଖଲ୍ଲିକୋଟ ବ୍ଲକ ର ସମସ୍ତ ବୁଥ ଚାଲିଥିବା 14 ତମ ଜାତୀୟ ମତ ଦାତା ଦିବସ ପାଳିତ ହୋଇଯାଇଛି | ବି ଏଲ ଓ ମାନେ ଓ ସୁପରଭାଇଜର ମାନେ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | କାର୍ଯ୍ୟକ୍ରମ ମାଧ୍ୟମ ରେ ଯୁବ ମତଦାତା ଙ୍କୁ ଭୋଟ ଦାନ ର ଅଧିକାର ସମ୍ପର୍କ ରେ ସଚେତନ କରାଇବା ସହ ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ | ଏ ଅବସର ରେ ଖଲ୍ଲିକୋଟ ବ୍ଲକ ବି ଏଲ ଓ ଓ ସୁପେରଭାଇଜର ଶିକ୍ଷକ ମଧୁ ଚରଣ ସେଠି ବିଦ୍ୟାଳୟରେ ଶିକ୍ଷାଦାନ ସହ ଏହି କାର୍ଯ୍ୟକ୍ରମ କୁ ସୁ ପରିଚାଳନା ପାଇଁ ଶ୍ରେଷ୍ଠ ବିବେଚିତ ହୋଇଥିଲେ |ଯା ଫଳରେ ସୁପରଭାଇଜର ଙ୍କ ଏତାଦୃଶ ସଫଳତା ପାଇଁ ଗଞ୍ଜାମ ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପରିଡା ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଏକ ପ୍ରଶଂସା ପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ |ଶିକ୍ଷକ ଶ୍ରୀ ସେଠି ଙ୍କ ସଫଳତା ପାଇଁ ଖଲ୍ଲିକୋଟ ବ୍ଲକ ବି ଡ଼ି ଓ ଦେବାଶିଷ ସାମଲ ଓ ବ୍ଲକ କର୍ମଚାରୀ ମାନେ ଶୁଭେଚ୍ଛା ଜଣାଇଛନ୍ତି |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ ଗଞ୍ଜାମ )