You are currently viewing ଭିଡ଼ିଓଙ୍କୁ ପିଇଓ ମାନଙ୍କ ସ୍ୱାରକପତ୍ର ପ୍ରଦାନ
ଭିଡ଼ିଓଙ୍କୁ ପିଇଓ ମାନଙ୍କ ସ୍ୱାରକପତ୍ର ପ୍ରଦାନ

ଅଗଷ୍ଟ 7 ତାରିଖ ରୁ 17 ତାରିଖ କଳା ବ୍ୟଜ, ପରିଧାନ 18 ରୁ ସମୂହଛୁଟି ଚେତା ବନି
ମୋହନା 03/08/2023 ଗଜପତି ଜିଲ୍ଲା ମୋହନା ବ୍ଲକ ନିଖିଳ ଉତ୍କଳ ପଞ୍ଚାୟତ ନିର୍ବାହୀ ଅଧିକାରୀ ପିଇଓ ସଂଙ୍ଘ ପକ୍ଷରୁ ବିଭିନ୍ନ ଦାବିନେଇ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଭିଡ଼ିଓ ସୁ ଶ୍ରୀ ତପସ୍ପିନି ହାଁସଦା ଙ୍କୁ ଏକ ସ୍ୱାରକ ପତ୍ର ପ୍ରଦାନ କରାଯାଇଅଛି ଏହାପରେ ମଧ୍ୟ୍ୟ ଦାବିପତ୍ର ପୂରଣ ନ ହେଲେ ବ୍ଲକର କାର୍ଯ୍ୟ ରତ ସମସ୍ତ ପିଇଓ ଆସନ୍ତା ଅଗଷ୍ଟ 7 ତାରିଖ ରୁ 17 ତାରିଖ ପର୍ଯ୍ୟନ୍ତ କଳାବ୍ୟାଜ ପରିଥାନ ଏବଂ 18 ତାରିଖ ରୁ ସମୁଁହ ଛୁଟି ଚେତାବନୀ ରହି ଆନ୍ଦଳନ କରିବେ ବୋଲି ସଂଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଅଛି
ପିଇଓ ମାନଙ୍କ ଶିକ୍ଷାଗତ ଯୁଗ୍ୟତା +2 ପେ ଲେବେଲ 5 ଦରମା 21,700/- ରୁ ଶିକ୍ଷାଗତ ଯୁଗ୍ୟତା +3 ପେ ଲେବେଲ 9 ଦରମା 35,400/- ଟଙ୍କା ମଞ୍ଜୁରୀ ପ୍ରଧାନ କରାଯାଉ l 10 ବର୍ଷ ଚାକିରୀ କରୁଥିବା ପିଇଓ ଙ୍କୁ ଉଚ ପଦବଵୀକୁ ନେବା, GPDO ପଡ଼ବିକୁ 100%ପଡୁନ୍ନତିର ବ୍ୟବସ୍ଥା କରିବା ଓ PRS କ୍ୟାଡର ରେ ଅନ୍ତର୍ଭୁକ୍ତ କରିବା ଦାବି ସମୂହ ଉଲେଖ ରହିଛି
ସ୍ମାରକ ପତ୍ର ପ୍ରଧାନ ସମୟରେ ପି ଇ ଓ ବ୍ଲକ ସଭାପତି ଖଗେଶ୍ୱର ଭୂୟାଁ, ଜିଲ୍ଲା ସହ ସମ୍ପାଦକ ରବି କୁମାର ପାତ୍ର, ଜିଲ୍ଲା ର ବ୍ଲକ ସଂଯୁଜକ ବୀଣା ଗମାଙ୍ଗ, ବ୍ଲକ ସମ୍ପାଦକ ରଜତ କୁମାର ନାୟକ, କୁସଦକ୍ଷ କୁନୁରୁ ସିମାଞ୍ଚଳ ସମେତ ବ୍ଲକ ର ସମସ୍ତ ପିଇଓ ଉପସ୍ଥିତ ଥିଲେ l ଗଜପତି ମୋହନା ରୁ ବିଭୁତି ମଳିକ ଙ୍କ ରିପୋର୍ଟ ijb news