You are currently viewing ଶଲ୍ୟ ଚିକିତ୍ସା ପାଇଁ ପୂର୍ଣଚନ୍ଦ୍ର ଗଲା ମୁମ୍ବାଇର ଏସ ଆର ସି ସି ଚିକିତ୍ସାଳୟ
ଶଲ୍ୟ ଚିକିତ୍ସା ପାଇଁ ପୂର୍ଣଚନ୍ଦ୍ର ଗଲା ମୁମ୍ବାଇର ଏସ ଆର ସି ସି ଚିକିତ୍ସାଳୟ

ବେଗୁନିଆପଡା ବ୍ଲକର କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା ଏନ ଲୁହାକୋଟ ଗ୍ରାମର ପ୍ରହଲ୍ଲାଦ ନାହାକଙ୍କ ପାଞ୍ଚ ବର୍ଷର ଶିଶୁ ପୂର୍ଣଚନ୍ଦ୍ର ନାହାକ ଉଚ୍ଚ ଚିକିତ୍ସା ପାଇଁ ମୁମ୍ବାଇ ସ୍ଥିତ ଏସ ଆର ସି ସି ହସ୍ପିଟାଲକୁ ପଠା ଯାଇଛି ! ସୂଚନା ଥାଉକି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଆର ବି ଏସ କେ ଟିମ ଦ୍ୱାରା ଅଙ୍ଗନବାଡି ପରିଦର୍ଶନ ଓ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଶିଶୁଟିର ଛାତିରେ ଛିଦ୍ର ଅଛି ଜାଣିବାକୁ ପାଇଥିଲେ | ସେମାନଙ୍କୁ ପ୍ରଥମେ ବ୍ରହ୍ମପୁରର ସିଟି ହସ୍ପିଟାଲରେ ଥିବା ଡି ଇ ଆଇ ସି କୁ ନେଇଥିଲେ ସେଠାରେ ବରିଷ୍ଠ ଶିଶୁ ବିଶେଷଜ୍ଞ ଡାକ୍ତର ମୂର୍ତ୍ତି ହାର୍ଟର ଇକୋ କରେଇବା ପାଇଁ ପରାମର୍ଶ ଦେଇଥିଲେ, ଇକୋ ରୁ ଜଣା ପଡିଥିଲା ଯେ ତାର ହାର୍ଟରେ ଛୁଦ୍ର ଅଛିବୋଲି ! ଆଜି ସେମାନେ କୋଦଳାରୁ ସରକାରୀ ଗାଡି ଯୋଗେ ବ୍ରହ୍ମପୁର ଓ ସେଠାରୁ ଭୁବନେଶ୍ୱର ଓ ସେଠାରୁ ରେଳ ଯୋଗେ ମୁମ୍ବାଇର ଏସ ଆର ସି ସି ହସ୍ପିଟାଲ ପଠାଯାଇଛି ! ଏହିପରି ଗଞ୍ଜାମ ଜିଲ୍ଲାର ଆଉ ଅଣ ତିରିଶି ଜଣ ଶିଶୁଙ୍କୁ ମଧ୍ୟ୍ୟ ପଠାଯାଇଛି ! ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମାକାନ୍ତ ମିଶ୍ର ଓ ପରିଚାଳକ ଶ୍ୟାମସୁନ୍ଦର ତ୍ରିପାଠୀଙ୍କ ଠାରୁ ଆଶିଷ ନେଇ, ସହ ଆର ବି ଏସ କେ ମ୍ୟାନେଜେର ଲୋପାମୁଦ୍ରା ମିଶ୍ର ଓ କମ୍ପୁଟର ପରିଚାଳକ ନିହାର ରଞ୍ଜନ ସେଠୀଙ୍କ ତତ୍ୱାବଧାନରେ ଓ ଆୟୁଷ ଡାକ୍ତର ସତ୍ୟନାରାୟଣ ପଲାଇ, ଡା କିରଣ କୁମାର ପଣ୍ଡିତ ଡା ମନୋରଞ୍ଜନ ପଣ୍ଡା ସେମାନଙ୍କର ସାଙ୍ଗରେ ଯାଇଛନ୍ତି ! କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡା ଆଦିତ୍ୟ ପ୍ରସାଦ ସାହୁ, ଆର ବି ଏସ କେ ଟିମର ସମସ୍ତ ଆୟୁଷ ଡାକ୍ତର, ଫାର୍ମାସିଷ୍ଟ,ଏ ଏନ ଏମ ଏବଂ ପରିଚାଳକ ସନ୍ତୋଷ କୁମାର ପଣ୍ଡା ଓ ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମକର୍ତ୍ତା ସମସ୍ତ ଶିଶୁଙ୍କ ଆଶୁଚିକିତ୍ସାର କାମନା କରିଛନ୍ତି ! ସେମାନଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ଆୟୁଷ ଡାକ୍ତର ଜୟଦେବ ନାୟକ କହିଛନ୍ତି | ଆର ବି ଏସ କେ ଟିମକୁ କୋଦଳା ଅଞ୍ଚଳର ବୁଦ୍ଧିଜୀବୀ ଗହଣରେ ପ୍ରଶଂସାର ସୁଅ ଛୁଟିଛି !ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।