କୋଦଳା (୦୮/୧୨ /୨୦୨୩)
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଖଜାପଲ୍ଲୀ ଗ୍ରାମ ପଞ୍ଚାୟତଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଞ୍ଚାୟତଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା ରଥକୁ ହୁଳହୁଳି, ଶଙ୍ଖ ଫୁଙ୍କି ଭବ୍ୟ ସ୍ବାଗତ କରିବା ପୂର୍ବକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ପାଛୋଟି ନେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଜାପଲ୍ଲୀ ସରପଞ୍ଚ କୁନି ପ୍ରଧାନ , ସମିତି ସଭ୍ୟା ରୀନା ସ୍ବାଇଁ, ବ୍ଲକ ନୋଡାଲ ଅଧିକାରୀ
ଉପସ୍ଥିତ ରହି ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀ ମାନେ କିଭଳି ଉପକୃତ ହେବେ ସେ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଜନସାଧାରଣ ସଚେତନତା ଅବଲମ୍ବନ କରି ଭାରତ ସରକାରଙ୍କର ବିଭିନ୍ନ ଯୋଜନା ଗୁଡିକର ଫାଇଦା ନେଇ ଲାଭାନ୍ବିତ ହେଇପାରିବେ ବୋଲି କହିଥିଲେ ।ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ନେଇ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ସଚେତନତା ସଂକଳ୍ପ ଯାତ୍ରା ରଥରେ ଲାଗିଥିବା ଏଲଇଡି: ର କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନା ଉପରେ ପ୍ରଦର୍ଶିତ କରା ଯାଇଥିଲା ।
ସମାଜସେବୀ ହୃଦାନନ୍ଦ ପ୍ରଧାନ ଯୋଗଦେଇ କହିଥିଲେ, ସରକାରଙ୍କ ଯେତେ ସବୁ ଜନ ହିତକର ଯୋଜନା ରହିଛି ତାହା ଜନସାଧାରଣଙ୍କ ନିକଟକୁ ଯଥା ସମୟରେ ପହଞ୍ଚି ପାରିଲେ ଭାରତ ଦେଶ ସ୍ବଳ୍ପ ଦିନରେ ଶକ୍ତିଶାଳୀ ହେବ,ଏହା ନିଃସନ୍ଦେହ। ପିଏମ୍ କିଶାନ ଯୋଜନାରେ ଚାଷୀମାନଙ୍କପ ଏକ ବର୍ଷ କୁ ୬ ହଜାର ଟଂକା ପ୍ରଦାନ କରାଯାଉଛି, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ସୁବିଧା ରହିଛି, ଡିବିଟି ଦ୍ବାରା ଚାଷୀ ଉପକରଣ ଯୋଗାଇ ଦିଆଯାଉଛି,ଏନ୍ଏଏଫ୍ଏମ୍ ଦ୍ବାରା ଚାଷୀମାନଙ୍କୁ ମାଗଣାରେ ବିହନ ମିଳିପାରୁଥିବା କଥା ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ ବ୍ଲକ ନୋଡାଲ ଅଧିକାରୀ । ଏହି ଅବସରରେ ସ୍ଥାନୀୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା। ଆଶା କର୍ମୀ, ଅଙ୍ଗନବାଡି କର୍ମୀଙ୍କ ସମେତ ବହୁ ଜନସାଧାରଣଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା।
ଗଞ୍ଜାମ କୋଦଳା କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
