You are currently viewing ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୯ ତମ ସ୍ୱାଧୀନତା ଦିବସ
ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୯ ତମ ସ୍ୱାଧୀନତା ଦିବସ

ବେଲଗୁଣ୍ଠା,୧୬/୦୮, ବେଲଗୁଣ୍ଠା ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୯ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷା ଡ.ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ I

ସେହିପରି ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗୀତିକାର ତଥା ଭଞ୍ଜ ସହିତ୍ୟ ଗବେଷକ ମୋତିଲାଲ ପତି ଏବଂ ପ୍ରାକ୍ତନ ରୋଟାରୀ କ୍ଲବ୍ ସଭାପତି ପ୍ରଶାନ୍ତ କୁମାର ସାହୁ ମଞ୍ଚାସୀନ ଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭାତ ନଗର ପରିକ୍ରମା କରାଯାଇଥିଲା I ଏକ ସାଧାରଣ ବୈଠକରେ ଉପସ୍ଥିତ ଅତିଥି ମାନେ ଛାତ୍ରଛାତ୍ରୀଙ୍କ ଭାରତର ସ୍ୱାଧୀନତା ସଂଗ୍ରାମ,ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କର ବଳିଦାନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ I

କୃଷ୍ଣ ଚନ୍ଦ୍ର ପଟ୍ଟନାୟକ